ମୁମ୍ବାଇ,୧୯/୦୧: ଏଇ ସପ୍ତାହରେ ଭାରତୀୟ ସେୟାର ବଜାରରେ ବଡ଼ ଧରଣର ଉତ୍ଥାନ-ପତନ ଦେଖିବାକୁ ମିଳିପାରେ । କମ୍ପାନିଗୁଡ଼ିକର ତୃତୀୟ ତ୍ରୟମାସିକ ଫଳାଫଳ, ଆମେରିକା-ଇରାନ ମଧ୍ୟରେ ବଢୁଥିବା ଅଶାନ୍ତି, ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍ଆଇଆଇ) ଙ୍କ ଦ୍ୱାରା ଲଗାତର ପୁଞ୍ଜି ବହିପ୍ରବାହ ଆଦି ବଜାରକୁ ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ବଢୁଛି । ଏହା ବଜାରରେ ଅସ୍ଥିରତା ଆଣିପାରେ ।
ସେହିଭଳି ଏଇ ସପ୍ତାହରେ ୨୩୦ରୁ ଅଧିକ କମ୍ପାନଗୁଡ଼ିକ ନିଜର ତୃତୀୟ ତ୍ରୟମାସିକ ଫଳାଫଳ ଘୋଷଣା କରିବେ । ଜୋମାଟୋ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଅଲ୍ଟ୍ରାଟେକ୍ ସିମେଣ୍ଟ ଏବଂ ଇଣ୍ଡିଗୋର ଫଳାଫଳ ମହତ୍ୱପୂର୍ଣ୍ଣ । ଏଲ୍ଟିଆଇ ମାଇଣ୍ଡ୍ଟ୍ରୀ, ପିଏନ୍ବି, ଆଇଟିସି ହୋଟେଲ୍ସ, ଆଦାନି ଗ୍ରୀନ୍, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଭଳି କେତେକ କମ୍ପାନିଙ୍କ ଫଳାଫଳ ଫୋକସ୍ ରହିଛି ।