ଭୁବନେଶ୍ୱର,୦୨/୦୬: ଯୁକ୍ତ ତିନି ନାମଲେଖା ଆବେଦନ ଅବଧି ସରିଲା । ହେଲେ ରହିଥିବା ସିଟ୍‌ ଅନୁଯାୟୀ ଆବେଦନ ହେଲାନି । ଥରେ ଆବେଦନ ଅବଧି ମଧ୍ୟ ବଢ଼ା ଗଲା, ହେଲେ ସିଟ୍‌ ସଂଖ୍ୟା ଛୁଇଁଲାନି ଆବେଦନ ପତ୍ର । ରାଜ୍ୟରେ ନାମଲେଖା ପାଇଁ ୨ ଲକ୍ଷ ୭୬ ହଜାର ୫୬୯ ସିଟ୍‌ ରହିଛି ହେଲେ ଶେଷ ଦିନରେ ଆବେଦନ ସଂଖ୍ୟା ୨ଲକ୍ଷ ୫୯ ହଜାରରେ ପହଞ୍ଚିଛି । ୧୦ ହଜାର କମ୍‌  ପିଲା ଆବେଦନ କରିଛନ୍ତି । ଯାହା ଏବେଠୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଚଳିତବର୍ଷ  ସିଟ୍‌ ଖାଲି ପଡ଼ିବ । ସବୁବର୍ଷ ଆବେଦନକାରୀଙ୍କ ସଂଖ୍ୟା ଅଧିକ ରହିଥାଏ । ନାମଲେଖା ସମୟରେ କିନ୍ତୁ ଆବେଦନଠୁ ୫୦ ହଜାର, ୬୦ ହଜାର ପିଲା କମ୍‌  ନାମ ଲେଖାଇଥାନ୍ତି । ଏବର୍ଷ ତ ସିଟ୍‌ ଯେତିକି ସେତିକି ଆବେଦନ ହୋଇନି ।  ଏହା ଏବେ ଚିନ୍ତା ବଢ଼ାଇଛି । ଆବେଦନ ଅବଧି ବୃଦ୍ଧି କରାଯିବ ନା ଯେତିକି  ପିଲା ଆବେଦନ କଲେ ସେତିକିରେ ନାମଲେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ତାକୁ  ନେଇ ପ୍ରଶ୍ନ ଉଠିଛି । 

ସୂଚନାଯୋଗ୍ୟ, ଯୁକ୍ତ ତିନି  ନାମଲେଖା ପାଇଁ ଗତ ଏପ୍ରିଲ୍‌  ୧୬ ତାରିଖରୁ ଅନ୍‌ଲାଇନ  ଆବେଦନପତ୍ର ଆହ୍ୱାନ  ହୋଇଥିଲା । ଏହାର ଶେଷ ତାରିଖ ମେ ୨୦ ତାରିଖ ରହିଥିଲା । ଉଚ୍ଚମାଧ୍ୟମିକ  ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇନଥିବା କାରଣରୁ ଛାତ୍ରଛାତ୍ରୀ ଆବେଦନ କରିନଥିବା ନେଇ ଆଶଙ୍କା କରାଗଲା ।  ଏହାପରେ ଆବେଦନ ତାରିଖ ପୁଣି ଜୁନ୍‌ ୧ ତାରିଖ ଯାଏ ଉଚ୍ଚ ଶିକ୍ଷା ବିଭାଗ  ବଢ଼ାଇଥିଲା । ହେଲେ ଆଜି ଆବେଦନର ଶେଷ ଦିନ ରହିଛି । ରାତି ୧୧ଟା ୪୫  ସୁଦ୍ଧା ମୋଟ ୨ ଲକ୍ଷ ୫୮ ହଜାର ୯୧୧ ଜଣ ଆବେଦନ କରିଛନ୍ତି । ଏଥିରୁ ୨  ଲକ୍ଷ ୫୦ ହଜାର ୯୮୯ ଜଣ ଆବେଦନ ଫି ଦାଖଲ କରିଛନ୍ତି । ଅର୍ଥାତ୍‌ ୧୭  ହଜାର ୫୦୦ ସିଟ୍‌ର ଆବେଦନ ହୋଇନି । 

ତେବେ କ’ଣ ପାଇଁ ଏପରି ହେଉଛି ତାର ତର୍ଜମା କରିବାର ଆବଶ୍ୟକତା  ରହିଛି ବୋଲି ଶିକ୍ଷାବିତ୍‌ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗ ଚଳିତବର୍ଷ  ଆଗୁଆ ନାମଲେଖା କରି ଠିକ୍‌ ସମୟରେ ପାଠ୍ୟକ୍ରମ ଆରମ୍ଭ କରି ପରୀକ୍ଷା  ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛି । ଏହାକୁ ସ୍ୱାଗତ କରିଛନ୍ତି ଶିକ୍ଷାବିତ୍‌ ।  ହେଲେ ରହିଥିବା ସିଟ୍‌ଠୁ କମ୍‌ ଆବେଦନର କାରଣ କଣ ତାର ତର୍ଜମା କରିବାର  ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଅନ୍ୟପଟେ ବାଲ୍ୟ ବିବାହ, ଶିଶୁ ଶ୍ରମିକକୁ  ନେଇ ଆଶଙ୍କା ରହିଛି