ଭୁବନେଶ୍ଵର,୨୦।୫ : ଭୁବନେଶ୍ୱର ସରକନ୍ତରା ସୁଧ ଟଙ୍କା କାରବାର କୁ ନେଇ କୃତିବାସ ପରିଜା ଓରଫ ସୋନୁ ହତ୍ୟାକାଣ୍ଡ ମାମଲା ୧୨ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ।୩ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ୱର ତୃତୀୟ ଜିଲ୍ଲା ଦୌରା ଜଜଙ୍କ କୋର୍ଟ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆ , ଭରତ ସାହୁ ଓ ସାଗର ପୃଷ୍ଟିକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଘଟଣା ୨୦୧୪ ମସିହା ନଭେମ୍ବରରେ ଘଟିଥିଲା।

ଟଙ୍କା ନେଣଦେଣକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ଘଟଣାରେ ତିନିଜଣଙ୍କୁ ଗିରଫ କରିଥିଲା ପୋଲିସ । ନୟାଗଡରୁ ସିମ୍ କିଣିଥିଲେ ହତ୍ୟାକାରୀ । ହତ୍ୟା କରିବା ପରେ ବାଥରୁମରେ କାଟି ଖଣ୍ଡଖଣ୍ଡ କରିଥିଲେ । ପଲିଥିନରେ ମାଂସ ଭର୍ତ୍ତି କରି ରାଜଧାନୀର ଏଣେତେଣେ ଫିଙ୍ଗିଥିଲେ । ଏହା ପରେ ଖପୁରୀକୁ ଦୟା ନଦୀରେ ଫୋପାଡ଼ି ଥିଲେ ଅଭିଯୁକ୍ତ । ଦୟା ନଦୀ ନାଥପୁର ପଠାରୁ ମିଳିଥିଲା ଖଣ୍ଡ ବିଖଣ୍ଡିତ ଖପୁରିକୁ ନେଇ ତଦନ୍ତ କରୁଥିଲା ପୁଲିସ । ତେବେ ଖପୁରି ସୋନୁର ଜଣା ପଡିବା ପରେ ତାଙ୍କ ବାପା ମାଆଙ୍କ DNA ଟେଷ୍ଟ ପରେ ସ୍ପଷ୍ଟ ହୋଇଥିଲା I

ଆହୁରି ପଢନ୍ତୁ : ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଯୁକ୍ତ ୨ ପାସ୍ ଛାତ୍ରଛାତ୍ରୀ : ଗଣଶିକ୍ଷା ମନ୍ତ୍ରୀ