ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ : ବଦଳିବ ଟିକେଟ କାଉଣ୍ଟର ସ୍ଥାନ

Published By : Suraj Kumar | January 20, 2025 6:16 PM

କଟକ,୨୦।୧ : ଆସନ୍ତା ଫେବୃୟାରୀ ୯ରେ ବାରବାଟିରେ ଅନୁଷ୍ଠିତ ହେବ ଭାରତ- ଇଂଲଣ୍ଡ ଦିବାରାତ୍ର ଏକଦିବସୀୟ ମାଚ୍। ଯେଉଁଥି ପାଇଁ ସୋମବାର କମିଶନରେଟ୍ ପୋଲିସ ପକ୍ଷରୁ ପ୍ରଥମ ପ୍ରସ୍ତୁତି ଆରମ୍ଭ ହୋଇଛି। କଟକ ଡିସିପି ଜଗମୋହନ ମୀନା ଙ୍କ ସମେତ ବରିଷ୍ଠ ଅଧିକାରୀ , ଓସିଏ କର୍ତ୍ତୁପକ୍ଷ ଙ୍କ ସହ ମ୍ୟାଚ୍ ପରିଚାଳନା ଦାୟିତ୍ଵ ରେ ଥିବା ଅଧିକାରୀ ସମ୍ପୂର୍ଣ୍ଣ ବାରବାଟି ଷ୍ଟାଡିୟମ୍ ବୁଲି ଦେଖିଥିଲେ। ଏଥି ସହ ସମସ୍ତ ଗ୍ୟାଲେରୀ ଟିକେଟ ବିକ୍ରି ହେବାକୁ ଥିବା କାଉଣ୍ଟର ସବୁ ଅନୁଧ୍ୟାନ କରିଛନ୍ତି। ତେବେ ଚଳିତ ବର୍ଷ ନୂତନ ସ୍ଥାନ ରେ ଗ୍ୟାଲେରୀ ଟିକେଟ ବିକ୍ରି କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ।

ଡିସିପି ବାରବାଟି ଷ୍ଟାଡିୟମ୍ ପଡିଆ, ଗ୍ୟାଲେରୀ, ଭିଆଇପି,ଭିଭିଆଇପି ବସିବା ସ୍ଥାନ ଠାରୁ ଆରମ୍ଭ କରି କିଭଳି ଖେଳାଳି ଆସିବେ କେଉଁଠି ବସିବେ ସେ ନେଇ ଟିକିନିଖି ଯାଞ୍ଚ କରିଛନ୍ତି। ଏଥି ସହ ଷ୍ଟାଡିୟମ୍ ବାହାର ପାର୍ଶ୍ଵରେ ରାସ୍ତା କଡ ଚଉଡ଼ା ଅଛି କି ନାହିଁ, ଆଉ କଣ ଆବଶ୍ୟକ ସେ ନେଇ ମଧ୍ୟ ସବୁ ଯାଞ୍ଚ କରିଛନ୍ତି। ମ୍ୟାଚ୍ ପୂର୍ବରୁ ଜନ ସାଧାରଣ କିଭଳି ଟିକେଟ କିଣିବେ, ପୂର୍ବରୁ କିଭଳି ଟିକେଟ କାଉଣ୍ଟର କରାଯାଇଥାଏ ସେ ନେଇ ଯାଞ୍ଚ କରିଛନ୍ତି। ତେବେ ଚଳିତ ବର୍ଷ ଗ୍ୟାଲେରୀ ପାଇଁ ଭିନ୍ନ ସ୍ଥାନ ରେ ଟିକେଟ ବିକ୍ରି କରିବା ପାଇଁ କମିଶନରେଟ ପୋଲିସ ଯୋଜନା କରୁଥିବା ଡିସିପି କହିଛନ୍ତି । ଅନ୍ୟପକ୍ଷରେ କଟକ ଡିସିପି ଅଫିସରେ ବାରବାଟୀ କ୍ରିକେଟ ମ୍ୟାଚ ଟିକେଟ ପହଞ୍ଚିଛି। କଡା ସୁରକ୍ଷା ବଳୟରେ ଟିକେଟ ରଖାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.