ନୂଆଦିଲ୍ଲୀ : ଚାଇନା ମାଲିକାନାରେ ଥିବା କମ୍ପାନୀ ଟିକଟକ୍‌ ,ଶନିବାର ଓ ରବିବାର ପୂରା ଆମେରିକାରେ ଠପ୍‌ ପଡ଼ିଥିଲା। ଏହାପରେ ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ କମ୍ପାନୀ ଆଉ ଥରେ ନିଜର ଆପ୍‌କୁ ରିଷ୍ଟୋର କରିବାରେ ସଫଳ ହୋଇଛି। ଟ୍ରମ୍ପ ଏହାକୁ ଉଦ୍ଧାର କରିବା ପରେ ଟିକ୍‌ଟକ୍‌ ସାମନାରେ ଏକ ନୂଆ ଅଫର ରଖିଛନ୍ତି। କହିଛନ୍ତି - ଟିକଟକ୍‌ରେ ଅତି କମ୍‌ରେ ୫୦ ପ୍ରତିଶତ ଆମେରିକୀୟ ସେୟାର ରହିବା ଉଚିତ୍‌, ସେତେବେଳେ ଯାଇ ଏହି ଆପ୍‌ ଆମେରିକାରେ ଚାଲି ପାରିବ। ଏହା ପୂର୍ବରୁ ଟିକଟକ୍‌ର ପରିଚାଳନାରେ ଏହି ରୋକ୍‌ ବାଇଡେନ ପ୍ରଶାସନର ବ୍ୟାନ୍‌ ଆଦେଶର ପରେ ହୋଇଥିଲା, ଏହି ମୁତାବିକ ଟିକଟକ୍‌କୁ ଆମେରିକୀୟ ସରକାରଙ୍କର କଥାକୁ ନମାନିବା ନେଇ ନିଜ କାମକୁ ବନ୍ଦ କରିବାକୁ ପଡ଼ିବ। 

ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ କିଛି ନିଜର ସେବା ଜାରି କରିବାରେ ଲାଗିଥିବା ଟିକ୍‌ଟକ୍‌ ଟ୍ରମ୍ପଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଟିକଟକ୍ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି କି, ରାଷ୍ଟ୍ରପତିଙ୍କ ପ୍ରୟାସ ପରେ ହିଁ ଟିକଟକ୍ ଆମେରିକାକୁ ଫେରିଛି। ସେ ଆମେରିକାରେ ଆମର ସର୍ଭିସ୍‌ ପ୍ରୋଭାଇଡର୍ସଙ୍କ ମଧ୍ୟରେ ଯେଉଁ ସ୍ପଷ୍ଟତା ପ୍ରଦାନ କରିଛନ୍ତି, ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ। ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ଏକ ଲଙ୍ଗଟର୍ମ ସମାଧାନ ଉପରେ କାମ କରିବେ, ଯେଉଁଥିରେ ଟିକଟକ୍ ଆମେରିକାର ଲୋକଙ୍କ ମଧ୍ୟରେ ନିଜର ସେବାକୁ ମଜବୁତ କରି ରଖି ପାରିବ। 

ଏହା ପୂର୍ବରୁ ଟ୍ରମ୍ପ ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ୍‌ ସୋସିଆଲରେ ପୋଷ୍ଟ କରି କହିଥିଲେ ,ସେ ଟିକଟକ୍‌ର ବ୍ୟାନ୍‌ ହେବାର ସମୟକୁ ଆଗକୁ ବଢାଇବାକୁ ସୋମବାର ଏକ କାର୍ଯ୍ୟକାରୀ ଆଦେଶ ଜାରି କରିବେ। ଏହାସହ ଟ୍ରମ୍ପ ଟିକଟକ୍‌କୁ ଆମେରିକାରେ ରହିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଏହି ପ୍ରସ୍ତାବ ମୁତାବିକ, ଟିକଟକ୍‌ରେ ପାଖାପାଖି ୫୦ ପ୍ରତିଶତ ସେୟାର ଆମେରିକାର ହେବା ଉଚିତ୍। 

ଟ୍ରମ୍ପ କହିଛନ୍ତି କି, ମୁଁ ଚାହିଁବି କି, ଟିକଟକ୍‌ ପାଇଁ ମିଳିତ ଟିମ୍‌ ଗଠନ କରାଯାଉ, ଏଥିରେ ୫୦ ପ୍ରତିଶତ ସେୟାର ଆମେରିକାର ହେଉ। ଏହା ମାଧ୍ୟମରେ ଆମେ ଟିକ୍‌ଟକକୁ ବଞ୍ଚାଇ ପାରିବା। ଏହାକୁ ଭଲ ହ୍ୟାଣ୍ଡରେ ରଖି ପାରିବା। ସେ କହିଛନ୍ତି କି, ଯଦି ଏମିତି ନକରିବ ତ ନିଶ୍ଚିତ ହେବ ଯେ, ଆମର ଅନୁମୋଦନ ବିନା ଟିକଟକ୍‌ ରହିବନି। ଆମର ଅନୁମୋଦନ ସହ ଏହାର ଦାମ୍‌ ବିଲିୟନ୍ସରେ ବା ବୋଧହୁଏ ଟ୍ରିଲିୟନ୍ସରେ ରହିଛି। 

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ରବିବାର ରାଷ୍ଟ୍ରୀୟ ସୁରକ୍ଷା ଆଧାରରେ ଟିକଟକ୍‌ ଉପରେ ପ୍ରତିବନ୍ଧକ ଲାଗି ହୋଇ ଯାଇ ଥିଲା। ଶନିବାର ବିଳମ୍ୱିତ ରାତି ଠାରୁ ଟିକଟକ୍ ନିଜର ୧୭୦ ମିଲିୟନ ଆମେରିକୀୟ ୟୁଜର୍ସଙ୍କୁ ସେବା ଦେଇ ପାରୁ ନଥିଲା। ଆମେରିକୀୟ ଅଧିକାରୀଙ୍କ ମୁତାବିକ, ଟିକଟକ୍‌ର ମୂଳ କମ୍ପାନୀ ବାଇଟଡାନ୍ସରୁ ଆମେରିକୀୟଙ୍କ ଡାଟାର ଦୁରୁପଯୋଗ କରାଯାଇ ପାରେ।