ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ତିଲକ ବର୍ମା କଲେ ବିଶ୍ବ ରେକର୍ଡ଼, ଟି-୨୦ କ୍ରିକେଟରେ ଲଗାତର ୩ଶତକ ଯୋଡ଼ିଲେ

Published By : Gurupada Nath | November 23, 2024 7:01 PM

ନୂଆଦିଲ୍ଲୀ,୨୩/୧୧ : ଭାରତର ଧୂଆଁଧାର ବ୍ୟାଟର ତିଲକ ବର୍ମା ଟି-୨୦ କ୍ରିକେଟରେ ବିଶ୍ବ ରେକର୍ଡ଼ କରିଛନ୍ତି । ତିଲକ ବର୍ମା ଟି-୨୦କ୍ରିକେଟରେ ଲଗାତର ଭାବେ ୩ଶତକ ଯୋଡ଼ି ଇତିହାସ ରଚିଛନ୍ତି । ତିଲକ ବର୍ମା ଶନିବାର ସୟଦ ମୁସ୍ତାକ ଅଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ହାଇଦ୍ରାବାଦ ଲାଗି ଖେଳିବାକୁ ଯାଇ ଏକ ଏଭଳି କମାଲ କଲେ ଯେଭଳି ଭାବେ ଏବେ ପର୍ଯ୍ୟନ୍ତ ବିଶ୍ବର କୌଣସି ବି ବ୍ୟାଟର କରିପାରିନାହାନ୍ତି । ତିଲକ ବର୍ମା ଟି-୨୦ କ୍ରିକେଟରେ ଶତକରେ ହାଟ୍ରିକ ଲଗାଇବାରେ ବିଶ୍ବର ପ୍ରଥମ ବ୍ୟାଟର ହୋଇଯାଇଛନ୍ତି ।

ତିଲକ ବର୍ମା ଶନିବାର ସୟଦ ମୁସ୍ତାକ ଅଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ମେଘାଳୟ ବିପକ୍ଷ ମ୍ୟାଚରେ ୬୭ବଲରେ ୧୫୧ରନ୍ କରିଛନ୍ତି । ତିଲକ ବର୍ମା ଏହି ସମୟରେ ୨୨୫.୩୭ର ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରି ୧୪ଚୌକା ଏବଂ ୧୦ଛକ୍କା ମାରିଛନ୍ତି । ତିଲକ ବର୍ମାଙ୍କ ଏହା ଟି-୨୦ କ୍ରିକେଟରେ ଲଗାତର ଭାବେ ତୃତୀୟ ଶତକ ରହିଛି । ଏହା ପୂର୍ବରୁ ତିଲକ ବର୍ମା ନିକଟରେ ସାଉଥ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚର ଟି-୨୦ ସିରିଜରେ ଲଗାତର ଦୁଇ ଶତକ ମାରିଥିଲେ । ତିଲକ ବର୍ମା ସାଉଥ ଆଫ୍ରିକା ବିପକ୍ଷରେ ଏହି ମାସ ସେଞ୍ଚୁରିୟନ ଏବଂ ଜୋହାନ୍ସବର୍ଗରେ ଲଗାତର ଭାବେ ଦୁଇ ଶତକ ଯୋଡ଼ିଥିଲେ । 

ତିଲକ ବର୍ମା ଟି-୨୦ କ୍ରିକେଟରେ ୧୫୦ ତଥା ତା’ଠାରୁ ଅଧିକ ରନ୍ କରିଥିବା ଭାରତର ପ୍ରଥମ ବ୍ୟାଟର ହୋଇଯାଇଛନ୍ତି । ତିଲକ ବର୍ମା ସୟଦ ମୁସ୍ତାକ ଅଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟର ଇତିହାସରେ ସବୁଠାରୁ ବଡ଼ ବ୍ୟକ୍ତିଗତ ପାଳି ଖେଳିବାର ରେକର୍ଡ଼ ବି ନିଜ ନାଁରେ କରି ନେଇଛନ୍ତି । ତିଲକ ବର୍ମାଙ୍କ ପୂର୍ବରୁ ଶ୍ରେୟସ ଅୟରଙ୍କ ନାଁ ସୟଦ ମୁସ୍ତାକ ଅଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ବଡ଼ ବ୍ୟକ୍ତିଗତ ପାଳି ଖେଳିବାର ରେକର୍ଡ଼ ଥିଲା । ଶ୍ରେୟସ ଅୟର ୨୦୧୯ରେ ସିକ୍କିମ ବିପକ୍ଷରେ ୧୪୭ରନର ପାଳି ଖେଳିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.