ଭୁବନେଶ୍ୱର,୩୧/୦୫: ଶିକ୍ଷା  ଓ ଅନୁସନ୍ଧାନ (ସୋଆ) ପରିଚାଳିତ  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ୍‌  ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ଦ୍ୱିତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ଟାଇମ୍‌ସ ଅଲ୍‌ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ ର‌୍ୟାଙ୍କିଙ୍ଗ୍‌ ସର୍ଭେ-୨୦୨୫ରେ ସ୍ଥାନିତ ହୋଇଛି । ଟାଇମ୍‌ସ ଅଫ୍‌ ଇଣ୍ଡିଆ ସମ୍ବାଦପତ୍ର  ପକ୍ଷରୁ ପରିଚାଳିତ ଏହି ସର୍ଭେରେ ଦେଶର ୧୭୫ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଥିଲା । 

ସେହିପରି ଦେଶର ଶ୍ରେଷ୍ଠ ୧୨୫ଟି ଘରୋଇ  ଇଞ୍ଜିନିୟରିଂ କଲେଜକୁ ନେଇ ଏହି ସର୍ଭେ କରାଯାଇଥିଲା ।  ସର୍ଭେରେ ଆଇଟିଇଆର୍‌ ଦେଶର ଦ୍ୱିତୀୟ ଶ୍ରେଷ୍ଠ  ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଓ ପୂର୍ବ ଭାରତର ଶ୍ରେଷ୍ଠ  ଭାବେ ସ୍ଥାନିତ ହୋଇଛି । ୨୦୨୪ ଟାଇମ୍‌ସ ସର୍ଭେରେ  ମଧ୍ୟ ଆଇଟିଇଆର୍‌ ଦେଶର ପ୍ରମୁଖ ଇଞ୍ଜିନିୟରିଂ  କଲେଜଗୁଡ଼ିକ ମଧ୍ୟରେ ତୃତୀୟ  ସ୍ଥାନ ହାସଲ କରିଥିଲା । ଚଳିତ ବର୍ଷ  ର‌୍ୟାଙ୍କିଙ୍ଗରେ ଗବେଷଣା କ୍ଷେତ୍ରରେ  ଆଇଟିଇଆର୍‌ ଦେଶର ୩୦ଟି ଅନୁଷ୍ଠାନ  ମଧ୍ୟରେ ତୃତୀୟ ସ୍ଥାନ ଓ ପ୍ଲେସ୍‌ମେଣ୍ଟରେ  ଚତୁର୍ଥ ସ୍ଥାନ ହାସଲ କରିଛି ।  

ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ  ଇନ୍‌ଷ୍ଟିଚ୍ୟୁସନାଲ୍‌ ର‌୍ୟାଙ୍କିଙ୍ଗ ଫ୍ରେମୱର୍କ  (ଏନ୍‌ଆଇଆର୍‌ଏଫ୍‌ ) ର‌୍ୟାଙ୍କିଙ୍ଗ  ୨୦୨୪ରେ ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ  ଭାବେ ମାନ୍ୟତା ପାଇଛି । ୨୦୨୨ରେ ସୋଆକୁ ନାକ୍‌ ପକ୍ଷରୁ  ଏ ପ୍ଲସ ପ୍ଲସ୍‌ ପୁନଃସ୍ୱୀକୃତି ମିଳିଥିବା ବେଳେ ୟୁଜିସି ପକ୍ଷରୁ  କାଟାଗୋରୀ-୧ ଗ୍ରେଡେଡ୍‌ ଅଟୋନୋମୀର ମାନ୍ୟତା ମିଳିଛି ।