ପାଳଲହଡ଼ା, ୨୦।୫: ଅପରେସନ ସିନ୍ଦୂରରେ ପରାକ୍ରମ ଦେଖାଇ ସଫଳତା ପାଇଥିବା ଭାରତୀୟ ଯବାନ ମାନଙ୍କ ମନୋବଳ ଦୃଢ଼ କରିବା ତଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ପାଇଁ ପାଳଲହଡ଼ାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।
ଏଥିରେ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଏବଂ ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ଙ୍କ ଅଧ୍ୟକ୍ଷତାରେ ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ଓ ପ୍ରାଶାସନିକ ଅଧିକାରୀ, ବୁଦ୍ଧିଜିବୀ ଓ ପାଳଲହଡ଼ାର ସମସ୍ତ ଜନସାଧାରଣଙ୍କୁ ନେଇ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ସକାଳ ୮ଟା ସମୟରେ ପାଳଲହଡ଼ା ଜାତୀୟ ରାଜପଥ ଡାକ ବଙ୍ଗଳା ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ପୁଣି ଡାକ ବଙ୍ଗଳା ରେ ଶେଷ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି , ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ , ବିଡିଓ ନିଶାନ ମିଶ୍ର , ତହସିଲଦାର ଆକାଂକ୍ଷା ମହାପାତ୍ର , ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ ଓ ସମସ୍ତ ସରକାରୀ କର୍ମଚାରୀ, ଏମ୍ ବି କେ, ଅଙ୍ଗନବାଡି କର୍ମୀ, ସି ଆର୍ ପି ଓ ଜନସାଧାରଣ ଉପସ୍ଥିତ ଥିଲେ।