ପୁରୀ,୧୨/୧୨: ଗୁରୁବାର ଶ୍ରୀଜିଉଙ୍କ ବନକଲାଗି ନୀତି ହେବ । ଦ୍ୱିତୀୟ ଭୋଗ  ଶେଷ ପରେ ବନକଲାଗି ନୀତି ହେବ ।  ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ  ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ସୂଚନା ରହିଛି । ଏହି ନୀତି  ଦତ୍ତ ମହାପାତ୍ର ସେବକମାନେ ସମ୍ପାଦନା  କରିଥାନ୍ତି । ହେଙ୍ଗୁଳ, ହରତାଳ, କସ୍ତୁରୀ,  କେଶର ଆଦି ଦ୍ରବ୍ୟରେ ଦତ୍ତ ମହାପାତ୍ର  ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖକୁ  ଶୃଙ୍ଗାର କରିବେ । ଏହି ନୀତି ସମ୍ପାଦନା  ପରେ ଠାକୁରଙ୍କ ମହାସ୍ନାନ ନୀତି ସମ୍ପନ୍ନ  ହେବ । ପରେ ଶ୍ରଦ୍ଧାଳୁମାନେ ରତ୍ନସିଂହାସନ  ଉପରେ ବିରାଜମାନ ଶ୍ରୀଜିଉଙ୍କୁ ଦର୍ଶନ  କରିବାର ସୁଯୋଗ ଲାଭ କରିପାରିବେ।