ଭୁବନେଶ୍ୱର,୦୨/୧୧: ଶନିବାରଠାରୁ ୯ ତାରିଖ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ‘ଟୁରିଜିମ୍ ଓଡ଼ିଶି: ଷ୍ଟ୍ରେଙ୍ଗ୍ଦେନିଂ ଟାଇଜ୍ ୱିଥ୍ ଡାଏସ୍ପୋରା ଆଣ୍ଡ୍ ଇଣ୍ଡଷ୍ଟ୍ରି ଲିଡର୍ସ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ୭ଦିନିଆ ଲଣ୍ଡନ ଗସ୍ତ କରିବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ଶ୍ରୀମତୀ ପରିଡ଼ା ଓଡ଼ିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ । ଏହି ଗସ୍ତ ଓଡ଼ିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବ ବୋଲି ସରକାର ଆଶା କରୁଛନ୍ତି।