ଭୁବନେଶ୍ୱର,୩୧/୧୦: କାଳୀ ପୂଜାକୁ ଦୃଷ୍ଟିରେ ରଖି ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ସାମୟିକ ଭାବେ ୪ଟି ଟ୍ରେନ ରହିବାର ବ୍ୟବସ୍ଥା କରାଯାଇଛି । ସେହିପରି ୭ଟି ଟ୍ରେନର ରହଣି ସମୟ ବୃଦ୍ଧି କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । 

ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସ, ସିକନ୍ଦରାବାଦ-ହାଓଡ଼ା ଫାଲକନାମା ଏକ୍ସପ୍ରେସ, ପୁରୀ-ହାଓଡ଼ା ଧଉଳି  ଏକ୍ସପ୍ରେସ ଏବଂ ହାଇଦ୍ରାବାଦ-ହାଓଡ଼ା  ଇଷ୍ଟକୋଷ୍ଟ ଏକ୍ସପ୍ରେସ କେନ୍ଦୁଆପଦା  ଷ୍ଟେସନରେ ନଭେମ୍ବର ୮ ଓ ୯ରେ  ରହିବ । ସେହିପରି ଖୋର୍ଦ୍ଧା ରୋଡ଼-ଖଡ଼ଗପୁର ଏକ୍ସପ୍ରେସ, ଯାଜପୁର  କେନ୍ଦୁଝର ରୋଡ-ଖଡଗପୁର ଏକ୍ସପ୍ରେସ,  ନୟାଗଡ଼ ଟାଉନ୍‌-ଭଦ୍ରକ୍‌ ମେମୁ ବିଶେଷ  ଟ୍ରେନ, ଭୁବନେଶ୍ୱର-ବାଲେଶ୍ୱର ମେମୁ  ବିଶେଷ ଟ୍ରେନ, ପୁରୀ-ଜଳେଶ୍ୱର ମେମୁ  ବିଶେଷ ଟ୍ରେନ, କଟକ-ଭଦ୍ରକ ମେମୁ  ବିଶେଷ ଟ୍ରେନ ଏବଂ କଟକ-ଭଦ୍ରକ  ମେମୁ ବିଶେଷ ଟ୍ରେନ ନଭେମ୍ବର  ୮ ଓ ୯ ତାରିଖ ଦିନ କେନ୍ଦୁଆପଦା  ଷ୍ଟେସନରେ ୨ ମିନିଟ୍‌ ପରିବର୍ତ୍ତେ ୫ ମିନିଟ୍‌ ରହିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି ।