ଭୁବନେଶ୍ୱର,୧୮/୦୯: ଗତ ୧୪ଦିନ ହେବ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସେଭଳି କୌଣସି ପରିବର୍ତ୍ତନ ଆସିନି । ଏବେ ବି ଅଭିଜିତ୍ କୋମାରେ ଅଛନ୍ତି । ହେଲେ ନିମୋନିଆ ସଂକ୍ରମଣରୁ ସେ ଧୀରେ ଧୀରେ ମୁକ୍ତ ହେଉଥିବା ବୁଧବାର ଏମ୍ସ ପକ୍ଷରୁ ଜାରି ସ୍ୱାସ୍ଥ୍ୟ ବୁଲେଟିନ୍ରୁ ସୂଚନା ମିଳିଛି । ଅଭିଜିତ୍ଙ୍କୁ ସ୍ୱତନ୍ତ୍ର ଭେଣ୍ଟିଲେଟର୍ରେ ରଖାଯାଇଛି । ତାଙ୍କ କିଡ୍ନୀ ଓ ଲିଭର ସ୍ଥିତିରେ ସୁଧାର ଆସିଛି । ତେବେ ଗୁରୁବାର ପୁଣି ଥରେ ବ୍ରେନ୍ର ଏମ୍ଆର୍ଆଇ ହେବ । ଅଭିଜିତ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଆଇସିୟୁ ଓ ଏକ୍ମୋ ସ୍ପେସାଲିଷ୍ଟ୍ ଡା. ଶ୍ରୀକାନ୍ତ ବେହେରା ଓ ତାଙ୍କ ଟିମ୍ ଦୃଷ୍ଟି ରଖିଛନ୍ତି ।