ନୂଆଦିଲ୍ଲୀ : ପୋଲିସ୍ ଗୁଳିରେ ଟଳିଲା ଆତଙ୍କବାଦୀ। ମଙ୍ଗଳବାର ଲସ୍କର-ଏ-ତୋଏବା ( ଏଲଇଟି)ର ଆତଙ୍କବାଦୀ ଜୁନୈଦ ଅହମ୍ମଦ ଭଟ୍ଟ ନିହତ। ଜମ୍ମୁ-କାଶ୍ମୀର ପୋଲିସ ଦ୍ୱାରା ନିପାତ ହୋଇଥିବା ସୂଚନା ମିଳିଛି, ଯିଏକି ଘାଟୀରେ ଗଗନଗିର ଓ ଗନ୍ଦେରବଲ ନିକଟରେ ହୋଇଥିବା ଲୋକଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲ। । କହି ରଖୁଛୁ କି, ଦାଚିଗାମରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବେ ବି ଜାରି ରହିଛି, ଯେଉଁଥିରେ ଜମ୍ମୁ-କାଶ୍ମୀର ପୋଲିସ ଓ ସେନାର ମିଳିତ ଅଭିଯାନ ଚାଲିଛି। 

ଜାରି ଅଭିଯାନରେ ଜଣେ ଆତଙ୍କବାଦୀକୁ ମାରି ଦିଆଯାଇଛି। ସେ ଜୁନୈଦ ଅହମ୍ମଜ ଭଟ୍ଟ (ଏଲଇଟି, ଶ୍ରେଣୀ-ଏ)ଥିବା ଚିହ୍ନଟ ହୋଇଛି। ଉକ୍ତ ଆତଙ୍କବାଦୀ ଗଗନଗିର, ଗନ୍ଦେରବଲ ଆହୁରି ଅନେକ ଆତଙ୍କୀ ହମଲାରେ ନାଗରିକଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା। ଆରଆର ଓ ସୁରକ୍ଷା ଫୋର୍ସଙ୍କ ମିଳିତ ଦଳର ସହ ଜମ୍ମୁ-କାଶ୍ମୀର ପୁଲିସ ଦ୍ୱାରା ଦାଚିଗାମର ଉପର ଅଞ୍ଚଳରେ ଅଭିଯାନ ଜାରି ରଖିଛି , କାଶ୍ମୀର ଜୋନ୍‌ ପୁଲିସ୍‌ ଏକ୍ସରେ ଏହା ଲେଖିଛି। 

ଗତ କିଛି ଦିନ ପୂର୍ବେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଅନେକ ହମଲା ପରେ ସୁରକ୍ଷାବାହିନୀ ଗୁଡ଼ିକ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ବଢାଇ ଦେଇଛନ୍ତି। ଏହା ପୂର୍ବରୁ ୨୩ ନଭେମ୍ୱରରେ ବାରାମୂଳା ପୋଲିସ ସୁରକ୍ଷା ବାହିନୀ ସହ ମିଳିତ ଅଭିଯାନରେ ବାରାମୂଳା ଜିଲ୍ଲାର କୁଞ୍ଜର ଅଞ୍ଚଳରେ ଏକ ଆତଙ୍କୀ ଠିକଣାର ପର୍ଦ୍ଦାଫାସ କରି ଥିଲା। ଅକ୍ଟୋବରରେ , ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କୀମାନେ ଜମ୍ମୁ-କାଶ୍ମୀରରେ ନିର୍ମାଣ କର୍ମଚାରୀଙ୍କ ଉପରେ ସବୁଠୁ ବଡ଼ ଟାର୍ଗେଟ୍‌ ଆଟାକ୍‌ କରି ୬ଶ୍ରମିକ ଓ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରି ଥିଲେ । ସେଣ୍ଟ୍ରାଲ କାଶ୍ମୀରର ଗନ୍ଦେରବଲ ଜିଲ୍ଲାରେ ଏକ ସୁଡ଼ଙ୍ଗ ନିର୍ମାଣ କରୁଥିବା ଘରୋଇ କମ୍ପାନୀର ଶିବିରରେ ରବିବାର ରାତି ସମୟ ପାଖାପାଖି ୮.୧୫ଟାରେ ସ୍ୱଚାଳିତ ଅସ୍ତ୍ରଶସ୍ତ୍ରରେ ଫାୟାରିଂ କରାଯାଇ ଥିଲା। 


ମୃତକଙ୍କ ମଧ୍ୟରେ ସେଣ୍ଟ୍ରାଲ କାଶ୍ମୀରର ବଡଗାମର ଡା. ଶାହନୱାଜ , ପଞ୍ଜାବର ଗୁରଦାସପୁରର ଗୁରମିତ ସିଂହ (୩୦), ବିହାରର ଇନ୍ଦର ଯାଦବ (୩୫) , ଜମ୍ମୁର କଠୁଆର ମୋହନ ଲାଲ (୩୦) ଓ ଜଗତାର ସିଂହ (୩୦), କାଶ୍ମୀରର ଫୈୟାଜ ଅହମ୍ମଦ ଲୋନ୍‌ (୨୬) ଓ ଜହୁର ଅହମ୍ମଦ ଲୋନ୍ ସାମିଲ ଥିଲେ। 

ଚଳିତ ବର୍ଷ କାଶ୍ମୀରରେ ହୋଇଥିବା ୫ମ ଟାର୍ଗେଟ୍‌ ଆଟାକ୍‌ରେ ଅନେକ ଆହତ ହୋଇଛନ୍ତି ଏବଂ ୨୬ ଅକ୍ଟୋବରରେ ସିଏମ୍‌ ଉମର ଅବଦୁଲ୍ଲାଙ୍କ ନେତୃତ୍ୱର ନୂଆ ଗଠବନ୍ଧନ ସରକାର ଜମ୍ମୁ-କାଶ୍ମୀରରେ କ୍ଷମତା ସମ୍ଭାଳିବା ପର ଠାରୁ ଏହା ଦ୍ୱିତୀୟ ହମଲା।