କୋଣାର୍କ,୨।୨(ଆପ୍ର):  କୋଣାର୍କ ରାମଚଣ୍ଡୀ ମୁହାଣ ନିକଟ ଇକୋ ରିଟ୍ରିଟରେ ଜଣେ  ପର୍ଯ୍ୟଟକଙ୍କ ହୃଦଘାତରେ  ମୃତ୍ୟୁ ହୋଇଛି ।  ମୃତ ପର୍ଯ୍ୟଟକ ଜଣକ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର ଏମ ଡି ଆଲାମ ହୁସେନ ।

ରାମଚଣ୍ଡୀ ମୁହାଣ ନିକଟ ଇକୋ ରିଟ୍ରିଟରେ ଭୁବନେଶ୍ୱର ପଟିଆ ଅଞ୍ଚଳର ଏମ ଡି ଆଲାମ ହୁସେନ ପରିବାର ସହ ଶନିବାର ରାତ୍ରିଯାପନ   କରିଥିଲେ ।  ରବିବାର ଅପରାହ୍ନରେ ଦେହ  ଅସୁସ୍ଥ ହେବାରୁ ଅଚେତ ହୋଇପଡିଥିଲେ। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ  ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲ। ସେଠାରେ  ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ । ଚନ୍ଦ୍ରଭାଗା ସାମୁଦ୍ରିକ ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି  ।