ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟର: ଜଣେ ମୃତ, ଜଣେ ଗୁରୁତର

Published By : Harapriya Sethi | March 6, 2025 1:39 PM

ଧର୍ମଶାଳା, ୦୬/୦୩: କାଏମା ଗୋପନଘର ଘାଟରୁ ରାତିଅଧିଆ ବେଆଇନ୍‌ ବାଲି ଚୋରା ଚାଲାଣ ବେଳେ ଅଘଟଣ । ବାଇକ୍‌କୁ ପିଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଦ୍ୱୟ ରବିନ୍ଦ୍ର ମଲିକଙ୍କ ପୁଅ ଦେବା ସିସ ମଲିକ (୨୬) ଏବଂ ନୁଆପାଟଣା  ଗ୍ରାମର ନିଧିଆ ମଲିକଙ୍କ ପୁଅ ସାଗର ମଲିକ (୨୫) ବୋଲି ଜଣାପଡ଼ିଛି । ଯାଜପୁରୁ ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବାଲି ମାଫିଆମାନେ ଆଜକୁ ଦୁଇ ମାସ ହେବ ପ୍ରତ୍ୟେକ ଦିନ ରାତି ଅଧିଆ ହଜାର ହଜାର ଟ୍ରିପ୍ ବାଲି ଉଠାଉଥିଲେ । ପ୍ରଶାସନ ସବୁ ଦେଖି ଜେମିତି ଆଖିରେ ଅନ୍ଧ ପୁଟୁଳି ବାନ୍ଦି ଚୁପ୍‌ ହୋଇ ବସିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସାଗର ବର୍ଷେ ହେବ ବିବାହ କରିଥିଲେ । ଉଭୟ ଯୁବକ ଏକ ବାଇକ୍‌ ଯୋଗେ ଯାଉଥିଲେ । ଏତିକି ବେଳେ ବାଲି ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ଉକ୍ତ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା ପୋଲିସ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଯୁବକଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ଓ ମୃତକଙ୍କ ପରିବାରଲୋକେ ରାସ୍ତା ଉପରେ ବସି ରହିଥିଲେ । କିଛି ସମୟ ପରେ ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି । ଏଥି ସହିତ ବାଲି ଉଠୁଥିବା ସ୍ଥାନକୁ ଜେସିବି ସାହାଯ୍ୟରେ ରାସ୍ତା ଖୋଳା ହେବା ସହିତ ଅଘଟଣ ଘଟାଇଥିବା ଟ୍ରାକ୍ଟରଟିକୁ ଧର୍ମଶାଳା ପୋଲିସ ଜବତ କରିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.