ପାଟନା : ମୋତିହାରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଇଥିବା ଗୋଟିଏ ଟ୍ରକ୍ ୮ରୁ ଅଧିକ ବାଇକ୍ ଓ ଗୋଟିଏ ଇ-ରିକ୍ସାକୁ ଜୋରଦାର ଧକ୍କା ଦେଇଛି। ଫଳରେ ୫ଜଣ ଲୋକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ଏବଂ ପାଖାପାଖି ଏକ ଡର୍ଜନରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଘଟଣା ପରେ ଲୋକେ ଖୁବ୍ ଉତ୍ତେଜିତ ହୋଇଛନ୍ତି ଏବଂ ଧାନା ଅଧିକାରୀଙ୍କ ଠାରୁ ନେଇ ଡିଏସପିଙ୍କ ଯାଏ ସମସ୍ତଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ।
ଦୁର୍ଘଟଣା ପରେ ପୂରା ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା ଏବଂ ଦେଖୁ ଦେଖୁ ଘଟଣା ସ୍ଥଳରେ ପ୍ରବଳ ଭିଡ଼ ଜମି ଯାଇ ଥିଲା। ଘଟଣାଟି କୋଟୱାର ଦିପଉ ମୋଡରେ ଘଟିଛି।
ସୂଚନା ଆଧାରରେ ଆଜି ଦ୍ୱିପ୍ରହର ପାଖାପାଖି ୧୨ଟା ୩୦ ସମୟରେ କୋଟୱାର ଦୀପଉ ଟର୍ଣ୍ଣ ନିକଟରେ ରାସ୍ତା ଅତିକ୍ରମ କରିବା ପାଇଁ ଡର୍ଜନ ବାଇକ୍ ଚାଳକ ,ଇ-ରିକ୍ସା ଓ ପଦଯାତ୍ରୀ ଠିଆ ହୋଇ ଥିଲେ। ଏହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଡିଭାଇଡରକୁ ଭାଙ୍ଗି ରାସ୍ତା ପାରି ହେବାକୁ ଅପେକ୍ଷା କରିଥିଲେ। ସେତିକି ବେଳେ ଅନିୟନ୍ତ୍ରିତ ଟ୍ରକ୍ଟି ଲୋକଙ୍କ ଉପରେ ଚଢି ଯାଇଥିଲା, ଯେଉଁଥିରେ ପାଞ୍ଚ ଜଣ ଲୋକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା ଏବଂ ଅନେକ ଲୋକ ଗୁରୁତର ହୋଇଛନ୍ତି।