ଭୁବନେଶ୍ବର, ୨୬।୪ : ଚଳନ୍ତା ଟ୍ରେଲରେ ଲାଗିଲା ନିଆଁ। ଜଳିଗଲା ଜେସିବି ବୋଝେଇ ଟ୍ରେଲର। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଭୁବନେଶ୍ବର ସିଆରପି ଛକ ବ୍ରିଜ ନିକଟରେ ଘଟିଛି ଘଟଣା। ।ତମାଣ୍ଡୋ  ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟ ସର୍କିଟ ଯୋଗୁଁ  ନିଆଁ ଲାଗି ଟ୍ରେଲର ଜଳି ଯାଇଥିବା ଜଣାପଡିଛି  ।  ଜାତୀୟ ରାଜପଥ ଉପରେ ଗାଡିରେ ନିଆଁ ଲାଗିଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମୋଟର ଅଟକି ରହିଛି ।