ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ଟ୍ରେନ ବିଳମ୍ୱ, ଏସି ଖରାପ ଥିଲେ ଫେରସ୍ତ ପାଇବେ ଟଙ୍କା

Published By : Prameya | June 28, 2025 10:23 AM

ଭୁବନେଶ୍ୱର,୨୮/୦୬ : ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣକି ଟ୍ରେନ ବିଳମ୍ୱ  ହେଲେ କିମ୍ବା ଏସି ଖରାପ ଥିଲେ ଫେରସ୍ତ ପାଇବେ ଟଙ୍କା । ଭାରତୀୟ ରେଳ ମନ୍ତ୍ରଣାଳୟର  ଟିକେଟ ବୁକିଂ ୱେବସାଇଟ୍‌ ଆଇଆରସିଟିସି ଯାତ୍ରୀଙ୍କ ପାଇଁ ଏହି ନୂଆ ସୁବିଧା ଆରମ୍ଭ  କରିଛି । 

ଏହି ସୁବିଧା ଅନୁଯାୟୀ ଯଦି ଟ୍ରେନ ୩ ଘଣ୍ଟାରୁ ଅଧିକ ବିଳମ୍ୱ ହୁଏ କିମ୍ୱା ଏସି କୋଚ୍‌ରେ ୨ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଥଣ୍ଡା ଅନୁଭବ ନହୁଏ ତେବେ ଏପରି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଆଇଆରସିଟିସି ୱେବସାଇଟ୍‌ରେ ୨୪ ଘଣ୍ଟା ମଧ୍ୟରେ  ଆବେଦନ କରିବାକୁ ପଡ଼ିବ । ୭ରୁ ୧୦ ଦିନ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ  ଦିଆଯିବ । ଏହି ରିଫଣ୍ଡ ନିୟମ କେବଳ ନିଶ୍ଚିତ(କନଫର୍ମ) ଟିକେଟ ପାଇଁ ପ୍ରଯୁଜ୍ୟ ।  ଯଦି ଟିକେଟ୍‌ ୱେଟିଂ ତାଲିକାରେ ଥିବ କିମ୍ୱା ବାତିଲ ହୋଇଥିବ, ସେ କ୍ଷେତ୍ରରେ ଏହି  ନିୟମ ପ୍ରଯୁଜ୍ୟ ହେବ ନାହିଁ । ଟ୍ରେନ ବିଳମ୍ୱର କାରଣ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିଲେ, ରିଫଣ୍ଡ ମିଳିବ ନାହିଁ । 

ଏସି ଖରାପ ହେବା ବିଷୟରେ ଅଭିଯୋଗ କରିବାକୁ, ଟ୍ରେନର ଟିଟିଇ କିମ୍ୱା କର୍ମଚାରୀଙ୍କଠାରୁ ଏକ ଲିଖିତ ଅଭିଯୋଗ ନେବାକୁ ପଡ଼ିବ । ଯାହାକୁ ପ୍ରମାଣ ସ୍ୱରୂପ ଦେଖାଇବାକୁ ପଡ଼ିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.