ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ହାତୀପଲଙ୍କ ପାଇଁ ବିଶ୍ରା ଷ୍ଟେସନରୁ ରାଉରକେଲା ଷ୍ଟେସନ ମଧ୍ୟରେ ୯ ଘଣ୍ଟା ଅଟକିଲା ଟ୍ରେନ୍‌, ଯାତ୍ରୀ ହନ୍ତସନ୍ତ

Published By : Harapriya Sethi | October 21, 2024 8:38 AM

ରାଉରକେଲା, ୨୧/୧୦: ହାତୀ ପାଇଁ ଟ୍ରେନ ଚଳାଚଳ ବନ୍ଦ । ପାଖାପାଖି ୯ ଘଣ୍ଟା ଧରି ଟ୍ରେନ ଚଳାଚଳ ବନ୍ଦ ରହିଲା । ରାଉରକେଲାରୁ ୧୦ କିଲୋମିଟର ଦୂର ବିଶ୍ରା ଷ୍ଟେସନରୁ ରାଉରକେଲା ଷ୍ଟେସନ ମଧ୍ୟରେ ହାତୀପଲ ରେଳ ଧାରଣା ପାର ହେବା ସହ ରେଳ ଧାରଣା କଡ଼ରେ ଥିବାରୁ ଟାଟା ରାଉରକେଲା ସହ ହାଟିଆ ରାଉରକେଲା ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ କରି ଦିଆଯାଇଥିଲା । 

ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ହାତୀ ପଲ ଲଗାତାର ଭାବରେ ରେଳ ଧାରଣା ପାର ହେବା ସହ ରେଳ ଧାରଣା କଡ଼ରେ ଚଳ ପ୍ରଚଳ କରୁଥିବାରୁ ନିୟମ ଅନୁସାରେ ରେଳ ବିଭାଗ ଏହି ପଦକ୍ଷେପ ନେଇଥିଲା । ଅକ୍ଟୋବର ୧୪ ତାରିଖ ରାତି ପାଖାପାଖି ୯ଟା ୪୫ ମିନିଟ ସମୟରେ ବନ୍ଦମୁଣ୍ଡା ଆର. କ୍ୟାବିନ ରେଳ ଧାରଣା ପାର ହେବା ବେଳେ ମାଲଗାଡ଼ି ଧକ୍କାରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ଏହା ସହ ଆଉ ଦୁଇ ହାତୀ ଗୁରୁତର ମଧ୍ୟ ହୋଇଥିଲେ । ବନ ବିଭାଗ ରେଳ ବିଭାଗକୁ ପୂର୍ବରୁ ସୂଚନା ଦେବା ସହ ସର୍ତକତା ଅବଲମ୍ବନ କରିବା ପାଇଁ କହିବା ସତ୍ତ୍ୱେ ରେଳ ବିଭାଗର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିଲା । 

ଏହି ଘଟଣା ପରେ ରେଳ ବିଭାଗ ସତର୍କ ହୋଇଥିଲା । ଅକ୍ଟୋବର ୨୦ ଅର୍ଥାତ ରବିବାର ରାତିରେ ହାତୀ ଚଳପ୍ରଚଳକୁ ନେଇ ଟ୍ରେନ ଚଳାଚଳ ବନ୍ଦ ରଖିଥିଲା । ଦରଭଙ୍ଗା ଏକ୍ସପ୍ରେସ ରାଜଗାଙ୍ଗପୁର ଷ୍ଟେସନରେ, ଜାନେଶ୍ୱରି ଏକ୍ସପ୍ରେସ ବାମରା ଷ୍ଟେସନରେ, ସମଲେଶ୍ୱରୀ ଏକ୍ସପ୍ରେସ ବାଗଡ଼ିହି ଷ୍ଟେସନରେ, ଆଜାଦହିନ୍ଦ ଝାରସୁଗୁଡ଼ା ଷ୍ଟେସନରେ, ଗୀତାଞ୍ଜଳୀ ଏକ୍ସପ୍ରେସ ଭାଲୁଲତା ଷ୍ଟେସନରେ ଏବଂ ଧାନବାଦ ଏଲଏପି ଏକ୍ସପ୍ରେସ ଝାରଖଣ୍ଡର ବାଙ୍ଗୁରକେଲା ଷ୍ଟେସନରେ ଅଟକି ରହିଥିବା ବେଳେ ବିଭିନ୍ନ ଷ୍ଟେସନରେ ମାଲଗାଡ଼ି ଅଟକି ରହିଥିଲା । ସୋମବାର ଭୋର ହେବା ପରେ ସମସ୍ତ ଟ୍ରେନ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ । ଏହାରି ଭିତରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.