ନୂଆଦିଲ୍ଲୀ,୨୦/୦୭; ଟ୍ରେନି ଆଇପିଏସ୍ ଅଫିସର ଉଦୟ କୃଷ୍ଣ ରେଡ୍ଡୀଙ୍କ ମାମଲାରେ ଏକ ନୂଆ ମୋଡ଼ ଆସିଛି । ଯୌନ ନିର୍ଯାତନା ଏବଂ ମାରପିଟ୍ ଅଭିଯୋଗରେ ଅପରାଧିକ ମାମଲା ଦାୟର ହେବାର ଗୋଟିଏ ଦିନ ପରେ ଟ୍ରେନି ଆଇପିଏସ ଅଧିକାରୀ ଏମ୍ ଉଦୟ ରେଡ୍ଡୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଆଇସିୟୁରେ ଚିକିତ୍ସା ଚାଲିଛି । ଜଣେ ମହିଳା ଟ୍ରେନି ଆଇପିଏସ୍ ଅଫିସର ଉଦୟଙ୍କ ନାମରେ ଯୌନ ନିର୍ଯ୍ୟାତନା, ମାରପିଟ୍ ଅଭିଯୋଗ ଆଣିଥିଲେ । ଆଟ୍ଟାପୁର ପୁଲିସ ମାମଲାର ତଦନ୍ତ କରୁଛି । ଏହାରି ଭିତରେ ଚରମ ନିଷ୍ପତ୍ତି ନେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଇପିଏଲ୍ ଅଧିକାରୀ ଉଦୟ ।
ଭାଇ ଘରେ ପିଇଲେ ବିଷ- ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଉଦୟ କୃଷ୍ଣା ରେଡ୍ଡୀ ରବିବାର ରାତିରେ ମୋତି ନଗର, ଏର୍ଣ୍ଣାଗଡାରେ ତାଙ୍କ ଓକିଲଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କ ଭାଇଙ୍କ ଘରେ ରହିଥିଲେ । କୁହାଯାଉଛି କି, ଉଦୟ ଚିନ୍ତାରେ ଥିଲେ । ସୋମବାର ସକାଳୁ ସକାଳୁ ସେ ଜୀବନ ହାରିବା ପରି ଚରମ ନିଷ୍ପତ୍ତି ନେଇ ବିଷ ପିଇ ଦେଇଛନ୍ତି । ପରିବାର ସଦସ୍ୟ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତର ନଜର ରଖିଛନ୍ତି ।
ଏହା ବି ପଢନ୍ତୁ...DGP Anurag Dhankar: ପୋଲିସ ମୁଖ୍ୟାଳୟରୁ ଡିଜିପି ଅନୁରାଗ ଧନଖରଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ !
କଣ ଅଭିଯୋଗ- ଟ୍ରେନି ଆଇପିଏସ୍ ଅଫିସର ଉଦୟ ଏପରି ଚରମ ନିଷ୍ପତ୍ତି ନେବା ପଛରେ କାରଣ ହେଉଛି ତାଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ । ଶିବରାମପାଲି ସ୍ଥିତ ଜାତୀୟ ପୁଲିସ ଏକାଡେମୀ (NPA)ରେ ଜଣେ ସହଯୋଗୀ ଅଧିକାରୀଙ୍କୁ ଯୌନ ଉତ୍ପୀଡ଼ନ, ଆକ୍ରମଣ, ଧମକାଇବା ଏବଂ ଡିଜିଟାଲ୍ ଭାବରେ ପିଛା କରିବା ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଜଣେ ତାଲିମପ୍ରାପ୍ତ ଭାରତୀୟ ପୋଲିସ ସେବା (IPS) ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଆଟ୍ଟାପୁର ଥାନାରେ ଦାଖଲ ହୋଇଥିବ ଏଫଆଇଆର ଅନୁଯାୟୀ, ଅଭିଯୋଗକାରୀ, ଜଣେ ୩୦ ବର୍ଷୀୟ ତାଲିମପ୍ରାପ୍ତ ଆଇପିଏସ୍ ଅଧିକାରୀ । ସେ ଅଭିଯୋଗ କରିଛନ୍ତି ଯେ ସହଯୋଗୀ IPS ଟ୍ରେନି ଉଦୟ କୃଷ୍ଣ ରେଡ୍ଡି ତାଙ୍କୁ ଜୁନ୍ ୨୩ ତାରିଖରୁ ହଇରାଣ କରି ଆସୁଛନ୍ତି । ସେ ତାଙ୍କୁ ହ୍ୱାଟ୍ସଆପରେ ଅଶ୍ଳୀଳ ମେସେଜ୍ ପଠାଉଥିଲେ ଏବଂ ଅନ୍ୟମାନଙ୍କ ସମ୍ମୁଖରେ ତାଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଉଥିଲେ ।
ଅଭିଯୋଗରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ୮ ଜୁଲାଇରେ ଅଭିଯୁକ୍ତ ଆଇପିଏସ୍ ଉଦୟ କୃଷ୍ଣ ତାଙ୍କ ମୋବାଇଲ୍ ଫୋନ୍ ତାଙ୍କ ରୁମ୍ ଭିତରକୁ ନେଇଯାଇଥିଲେ, ଜୋରଜବରଦସ୍ତି ପାସୱାର୍ଡ ମାଗିଥିଲେ ଏବଂ ତାଙ୍କ ବ୍ୟକ୍ତିଗତ ମେସେଜ୍ ଦେଖିଥିଲେ । ତାଙ୍କ ସମ୍ମତି ବିନା ଗୁପ୍ତ ଭାବରେ ତାଙ୍କର ଏକ ବ୍ୟକ୍ତିଗତ ଭିଡିଓ ରେକର୍ଡିଂ କରି ତାଙ୍କ ସ୍ୱାମୀଙ୍କୁ ବ୍ଲାକମେଲ୍ ଏବଂ ବଦନାମ କରିବା ପାଇଁ ପଠାଇଥିବା ଅଭିଯୋଗ ମଧ୍ୟ କରାଯାଇଛି । ଅଭିଯୋଗ ଆଧାରରେ, ହାଇଦ୍ରାବାଦର ଆଟ୍ଟାପୁର ପୁଲିସ ଭାରତୀୟ ଦଣ୍ଡ ସଂହିତା (IPC)ର ବିଭିନ୍ନ ଧାରା, ଯେଉଁଥିରେ ଆକ୍ରମଣ, ଅପରାଧିକ ଧମକ ଏବଂ ମହିଳା ବିରୋଧୀ ଅପରାଧ ଧାରା ଅନୁଯାୟୀ ମାମଲା ଦାୟର କରି ତଦନ୍ତ କରୁଛି ।