ପ୍ରମୂଖ ଖବର
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ

Published By : Harapriya Sethi | May 1, 2025 2:50 PM

ଭୁବନେଶ୍ୱର,୦୧/୦୫: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ଦ୍ଵାରା ଡକାୟତି ଗ୍ୟାଙ୍ଗ ଠାବ। ଟ୍ରାନ୍ସଫର୍ମର ଚୋରି ଘଟଣାରେ ଗୁରୁବାର ବାଲିଚନ୍ଦ୍ରପୁର ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ଟ୍ରାନ୍ସଫର୍ମରର ବିଭିନ୍ନ ସାମଗ୍ରୀ ଓ ଏହାକୁ ଚୋରି କରିବାରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ସହ ଗୋଟିଏ କାର୍, ସ୍କର୍ପିଓ ଜବତ କରିଛି ପୋଲିସ ।

ସୂଚନା ମୁତାବକ, ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମର ଚୋରି ଘଟଣା ସାମ୍ନାକୁ ଆସିଥିବା ବେଳେ ବାଲିଚନ୍ଦ୍ରପୁର ପୋଲିସ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି । ଗୋଟିଏ ସ୍ଥାନରେ ଡକାୟତି ଯୋଜନା କରୁଥିବା ବେଳେ ବାଲିଚନ୍ଦ୍ରପୁର ପୋଲିସ ଚଢ଼ାଉ କରି ଡକାୟତି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ଟ୍ରାନ୍ସଫର୍ମରର ବିଭିନ୍ନ ସାମଗ୍ରୀ ଓ ଏହାକୁ ଚୋରି କରିବାରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରିଛି ପୋଲିସ। କେବଳ ସେତିକି ନୁହେଁ, ଗୋଟିଏ କାର୍ ଏବଂ ସ୍କର୍ପିଓ ମଧ୍ୟ ଜବତ ହୋଇଛି । ଗିରଫ ଡକାୟତ ମାନେ ବିଭିନ୍ନ ଜିଲ୍ଲାର ବୋଲି ଜଣା ପଡିଛି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି । ଏମାନଙ୍କ ସହ ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି, ସେନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ବାଲିଚନ୍ଦ୍ରପୁର ଥାନା ଅଧିକାରୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.