ଫିରିଙ୍ଗିଆ ୨୧/୧୧ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପକାରି ପଞ୍ଚାୟତ ଅନ୍ତର୍ଗତ ଗଜୁ ଗାଁର ଲୋକ ମାନେ ଏବେ ବିଦ୍ୟୁତ ଯୋଗାଣରୁ ବଞ୍ଚିତ। ଗାଁ ନିକଟରେ ଥିବା ଏକ ଟ୍ରନ୍ସଫର୍ମର ଅଚଳ ହୋଇ ପଡିବା କାରଣରୁ ଗତ ୭ ଦିନ ଧରି ଏଠାକାର ଲୋକମାନେ ଅନ୍ଧାରରେ ଜୀବନ ବିତାଉଛନ୍ତି । ସରୁପଡା, କିଲୁପଡା ଓ ପିପଲପଡା ସାହି ଓ ୨ ଟି ୱାର୍ଡ ସହ ଚାରୋଟି ସାହି ରେ କରେଣ୍ଟ ନାହିଁ। ଅନ୍ଧାରରେ ଅଛନ୍ତି ପଚିଶି ଘର ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର। ବଣ ଜଙ୍ଗଲ ଘେରା ଏହି ଦୁର୍ଗମ ଅଞ୍ଚଳରେ ଗାଁ ଗୁଡିକରେ ପ୍ରାୟ ସାତ ଦିନ ଧରି ହେବ ବିଦ୍ୟୁତ ସେବା ବନ୍ଦ ହେଇଛି।

ଏନେଇ ଫିରିଙ୍ଗିଆ ବ୍ଳକର ବିଦ୍ୟୁତ ବିଭାଗକୁ ଅବଗତ କରାଯାଇଛି । ଯଥା ଶୀଘ୍ର ବିଦ୍ୟୁତ ଯୋଗାଇଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଏବେ ପର୍ଯ୍ୟନ୍ତ କୌଣସି ଅଧିକାରୀ କିମ୍ବା ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଦେଖା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।