ଫୁଲବାଣୀ ,୨୦/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ଟେଲାପାଲୀ ଛକ ନିକଟରେ ୨ଟି ଚିପ୍ସ ବୋଝେଇ ହାଇଓ୍ବା ଗାଡ଼ିରୁ ଓଭର ଲୋଡ଼ିଂ ଏବଂ ପଲ୍ୟୁସନ ଭଳି କାଗଜପତ୍ର ନ ଥିବାରୁ ୧ ଲକ୍ଷ ୩୨ ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ l
ସୂଚନା ଅନୁସାରେ ଆଜି ପରିବହନ ବିଭାଗ ଦ୍ୱାରା ଡିଣ୍ଡିରା ଗାଁ ପଞ୍ଚାୟତ ଟେଲାପାଲୀ ଛକ ନିକଟରେ ଜାନବାହାନ କାଗଜପତ୍ର ଯାଞ୍ଚ ସହ ଓଭର ଲୋଡ଼ିଂ ଭଳି ବିଭିନ୍ନ ଚେକିଂ ଚାଲିଥିଲା । ଏହି ସମୟରେ ସୋନପୁର ଜିଲ୍ଲା ଅଞ୍ଚଳରୁ ଚିପ୍ସ ବୋଝେଇ ୨ଟି ହାଇଓ୍ବା ଗାଡ଼ି ବାଲିଗୁଡ଼ାକୁ ନେବାବେଳେ ପରିବହନ ବିଭାଗର ଏଏସଆଇ ଶିବାନୀ ମାଝୀ ଓ ଟିମ୍ ଗାଡ଼ିକୁ ଅଟକାଇ ଥିଲେ l ୨ଟି ହାଇଓ୍ବା ଗାଡ଼ିରେ ଅଧିକ ଚିପ୍ସ ଲୋଡ଼ ହୋଇଥିବା ଏବଂ ଗାଡ଼ିର ପଲ୍ୟୁସନ ଓ କାଗଜ ପତ୍ର ଠିକ ନ ଥିବାରୁ ୨ଟି ହାଇଓ୍ବା ଗାଡ଼ି ଜବତ କରିବା ସହ ଫିରିଙ୍ଗିଆ ଥାନାକୁ ନେଇଥିବାବେଳେ ୨ ଟି ଗାଡ଼ିରୁ ୧ଲକ୍ଷ ୩୨ ହଜାର ଚାଲାଣ କାଟିଥିବା ସୂଚନା ମିଳିଛି l ତେବେ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରେ ପ୍ରତିଦିନ ନିଶାସକ୍ତ ଗାଡି ଚାଳକ, କାଗଜ ପତ୍ର, ନାବାଳକ ଗାଡି ଚାଳକ, ବିନା ହେଲମେଟରେ ଯାତ୍ରାକୁ ନେଇ ଗାଡି ଚେକିଂ ଚାଲିଛି l