ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ହେଡଙ୍କ ବିବାଦ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ଖେଳାଯାଇଥିବା ମୁକାବିଲା ସମୟରେ ମ୍ୟାଚ ହାରିବା ପରେ ବିରାଟ ହେଡଙ୍କ ସହ ହାତ ମିଶାଇ ନଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କୋହଲିଙ୍କୁ ଅନେକ ୟୁଜର୍ସ ସମାଲୋଚନା କରିଛନ୍ତି । ତେବେ ଏହି ବିବାଦ ଟିକେ ଥମିଥିବାବେଳେ ଏବେ ପୁଣି ଚର୍ଚ୍ଚାକୁ ଖେରାକ ଯୋଗାଇଛି ହେଡଙ୍କ ସୋସିଆଲ ମିଡିଆ ପୋଷ୍ଟ । ଯାହାକି ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ହେଡ ନିଜର ଇନଷ୍ଟାଗ୍ରାମ ପେଜରେ ସେ ବୋଲିଂ କରୁଥିବା ସମୟର ଫଟୋକୁ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, କିପ୍ ଦ ବଡି ଗେସିଙ୍ଗ୍ । ସେ ଏଭଳି ଲେଖି ପୋଷ୍ଟ କରିଥିବାବେଳେ ଏହା ବିରାଟଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଫ୍ୟାନ୍ସମାନେ କହିଛନ୍ତି । ସେ ବିରାଟଙ୍କୁ ସମାଲୋଚନା କରି ଏଭଳି ପୋଷ୍ଟ କରିଥିବା କୁହାଯାଉଛି । ଯାହାକୁ ନେଇ ଅନେକ ହେଡଙ୍କ ସମର୍ଥନ କରିଥିବାବେଳେ ସକରାତ୍ମକ କମେଣ୍ଟମାନ ଦେଉଛନ୍ତି । ତେବେ କିଛି ବିରାଟଙ୍କ ପ୍ରଶଂସକ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ତେବେ କ୍ରିକେଟ ଏକ ଭଦ୍ର ଲୋକଙ୍କ ଖେଳ ବୋଲି କୁହାଯାଏ । ମାତ୍ର ଏଭଳି ହାତ ନମିଳାଇବା ଖରାପ ବୋଲି କହି ଅନେକ ବିରାଟଙ୍କୁ ସମାଲୋଚନାଂ କରିବା ଆରମ୍ଭ କରି ଦେଇଛନ୍ତି ।

ତେବେ ହେଡ ପୋଷ୍ଟ କରିଥିବା ଶବ୍ଦର ଅର୍ଥ ଜିମ୍ ଏବଂ ଫିଟନେସ ସହ ଜଡ଼ିତ । ଯାହାର ଅର୍ଥ ହେଉଛି ସମାନ ରୁଟିନ୍ ସହ ଅଭ୍ୟସ୍ତ ନହେବା ପାଇଁ ଶରୀରକୁ ନିରନ୍ତର ଚ୍ୟାଲେଞ୍ଜ କରିବା । ତେବେ ମ୍ୟାଚରେ ହେଡଙ୍କ ବୋଲିଂ ଏବଂ ପଟିଦାରଙ୍କ ଓ୍ବିକେଟ ନେବା ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଡ ଚଳିତ ସିଜିନରେ ପ୍ରଥମ ଓଭର ପକାଇଥିଲେ ଏବଂ ଓ୍ବିକେଟ ନେଇଥିଲେ । ତାହା ପୁଣି ଆରସିବି ଅଧିନାୟକଙ୍କର ।

କହି ରଖୁଛୁ କି, ମ୍ୟାଚ ସମୟରେ ବିରାଟ ହେଡଙ୍କ କହିଥିଲେ କି, ତୁମେ ବୋଲିଂ କର । ଯଦିଓ ଏହାକୁ ମଜାରେ ବୋଲି କୁହାଯାଉଥିଲା ମାତ୍ର ଏହା ଆକ୍ରମଣାତ୍ମକ ଥିଲା । ତେବେ ହେଡ ବୋଲିଂ କରିବା ପରେ କୋହଲିଙ୍କୁ ଜବାବ ଦେଇଥିଲେ । କହିଥିଲେ ମୁଁ ବୋଲିଂ କରିବା ବେଳକୁ ତୁମେ ଆଉଟ୍ ହୋଇଯାଇଥିଲ । ତେବେ ପ୍ରକୃତ ଲଢ଼େଇ ମ୍ୟାଚ ସବରିବା ପରେ ହୋଇଥିଲା । ଯେତେବେଳେ ହେଡ ଡ୍ରଣ୍ଡସେକ୍ ପାଇଁ ହାତ ବଢ଼ାଇଥିଲେ ସେତେବେଳେ ବିରାଟ ଅଣଦେଖା କରିଥିଲେ । ଏହାର ଭିଡିଓ ବେଶ ଭାଇରାଲ ହୋଇଥିଲା ।

ଏହାସହ ପଢ଼ନ୍ତୁ : Kohli vs Head: ମ୍ୟାଚ୍ ପରେ ହାଇଡ୍ରାମା ! କୋହଲିଙ୍କ କଣ ହେଲା ? ହାତ ବଢାଇଲେ ଟ୍ରାଭିସ୍ ହେଡ୍, ହ୍ୟାଣ୍ଡସେକ୍ କଲେନି ବିରାଟ