ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରଣପୁରର ଗଛ ସାର୍‌, ଲଗାଇଲେଣି ୧୨ ହଜାରରୁ ଅଧିକ ଗଛ

Published By : Prameya | December 8, 2024 1:15 PM

ରଣପୁର,୦୮/୧୨(ରଘୁନାଥ ନାୟକ): ବର୍ଦ୍ଧିତ ଜନସଂଖ୍ୟା ଓ ସହରୀକରଣ ଯୋଗୁଁ ବ୍ୟାପକ  ଜଙ୍ଗଲ ନଷ୍ଟ ହେଉଥିବା ବେଳେ ପରିବେଶ ପ୍ରଭାବିତ ହେଉଛି । କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଥିବା  ବେଳେ ପ୍ରାକୃତିକ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି ।  ଉତ୍ତପ୍ତ ହେଉଛି ବିଶ୍ୱ । ମଣିଷର ଆବଶ୍ୟକତା  ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାସ୍ତାଘାଟ,  ଘର, କଳକାରଖାନା ପାଇଁ ଶହଶହ ବର୍ଷର ପୁରୁଣା  ଗଛ କଟାଯାଇ ଜଙ୍ଗଲ ପଦା କରାଯାଉଛି । କିନ୍ତୁ  ରଣପୁରର ଗଛ ସାର ଭାବେ ପରିଚିତ କୈଳାସ  ଚନ୍ଦ୍ର ରଥ ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରି  ପରିବେଶର ସୁରକ୍ଷା କରୁଛନ୍ତି । ଦୀର୍ଘ ୧୦ ବର୍ଷ  ମଧ୍ୟରେ ସେ ୧୨ ହଜାରରୁ ଅଧିକ ଗଛ ଲଗାଇ  ସାରିଲେଣି । ସକାଳୁ ଉଠିଲେ ଚିନ୍ତା ତାଙ୍କର  ଗଛ । ଗଛ ପ୍ରତି ତାଙ୍କର ସ୍ନେହମମତା ରଣପୁର  ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କର  ଏହି ମହାନ୍‌ କାର୍ଯ୍ୟ ଯୋଗୁଁ ସେ ସରକାରୀ ଓ ବେସରକାରୀ ସ୍ତରରେ ବହୁବାର ସମ୍ମାନିତ  ହୋଇଛନ୍ତି ।  

ଗଛ ସାର୍‌ ଗଛ ଲଗାଇବା ପାଇଁ ନିଜ ଜୀବନକୁ  ଉତ୍ସର୍ଗ କରିଛନ୍ତି । ପାୟ ୧୨ ହଜାରରୁ ଊଦ୍ଧ୍ୱର୍ ଗଛ  ଲଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ  ପାଲଟିଛନ୍ତି । ସେ ଏହି କାର୍ଯ୍ୟ ପାଇଁ ଅନେକ ଥର  ସମ୍ମାନିତ ମଧ୍ୟ ହୋଇଛନ୍ତି । ରଣପୁର ଅଞ୍ଚଳରେ  ସମାଜସେବୀ, ପରିବେଶବିତ୍‌ ଓ ଗଛ ସାର୍‌  ଭାବେ ଶ୍ରୀ ରଥ ପରିଚିତ । ଦୀର୍ଘ ୧୦ ବର୍ଷରୁ  ଅଧିକ ସମୟ ଗଛ ଲଗାଇବା ସହ ଗଛଗୁଡ଼ିକର ଯତ୍ନ  ଓ ରକ୍ଷଣାବେକ୍ଷଣ କରି ଜଙ୍ଗଲ ସୃଷ୍ଟି କରିବାରେ  ସଫଳ ହୋଇଛନ୍ତି । ଗଛଗୁଡ଼ିକର ସୁରକ୍ଷା ଓ ଯତ୍ନ  ନେବା ଲାଗି ଅହରହ ଚେଷ୍ଟା କରୁଛନ୍ତି । କିଛି  ବର୍ଷ ଶିକ୍ଷକତା କରିଥିଲେ । ପରେ ସେ ଗଛ ପ୍ରତି  ଆକୃଷ୍ଟ ହୋଇ ଶିକ୍ଷକତା ଛାଡ଼ି ଦେଲେ । ତାଙ୍କ  ପତ୍ନୀ ଶିକ୍ଷକତା କରୁଥିବା ବେଳେ ଏକ ମାତ୍ର ପୁତ୍ର  ଭଦ୍ରକର ଏକ ବି.ଇଡି. କଲେଜରେ ଅଧ୍ୟାପକ  ଭାବେ କାର୍ଯ୍ୟରତ । ୧୦ ବର୍ଷ ତଳେ କୈଳାସ  ରଣପୁରର କିଛି ଯୁବକଙ୍କୁ ନେଇ ‘ଘାଟ ନିର୍ମାଣ  ସେବାସଂଘ’ ନାମକ ଏକ ସଂଘ ଗଠନ କରିଥିଲେ ।  ସେ ରଣପୁର ନିକଟ ଚମ୍ପତ୍ତିପୁରଠାରେ ଥିବା ଏକ  ଶ୍ମଶାନକୁ ଏପରି କରିଥିଲେ ଯେ ବାଟରେ ଯାଉଥିବା  ଲୋକମାନେ ଘଡ଼ିଏ ଅନାଇ ରହୁଥିଲେ । ଶ୍ମଶାନ  ପରିସରରେ ଗଛ ଲଗାଇବା ସହ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିଥିଲେ । ରଣପୁର ଏନ୍‌ଏସି  ଗଛ ସାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରି ଶ୍ମଶାନ  ହାତକୁ ନେଇଛି । ଉନ୍ନତିମୂଳକ କାର୍ଯ୍ୟ ଜାରି  ରଖିଛି ।  

ଗଛ ସାର୍‌ଙ୍କର ପଲାଟି ଦିନରୁ ଗଛ ପ୍ରତି  ରହିଥିଲା ଅହେତୁକ ଦୁର୍ବଳତା । ଏବେ ଏହି  ଘାଟ ନିର୍ମାଣ ସେବା ସଂଘରେ ୩୨ ଜଣ ଯୁବକ ଅଛନ୍ତି। ପ୍ରତିଦିନ ସକାଳୁ ଉଠି କେବେ ସାଇକେଲ  ଓ କେବେ ସ୍କୁଟର ଧରି ପିଲାମାନଙ୍କ ସହ କିଛି  ପାଣି, ଚାରା, ତାର ଜାଲି, କୋଡ଼ି ଓ କୋଦାଳ ଧରି ସେ ବାହାରି ପଡ଼ନ୍ତି ଗଛ ଲଗାଇବା ପାଇଁ । ଖରା  ଦିନେ ଗଛଗୁଡ଼ିକ ପାଣି ପାଆନ୍ତି ନାହିଁ । ସେଥି  ପାଇଁ ଗଛ ସାର ସ୍କୁଟରରେ ପାଣି ବୋହି ନେଇ  ମଣିନାଗ ପାହାଡ଼ରେ ଲଗାଇ ଥିବା ଗଛଗୁଡ଼ିକରେ  ଦେଇଥାନ୍ତି । ପ୍ରତିବର୍ଷ ସେ ଆମ୍ବ, ପଣସ, ବର,  ଅଶ୍ୱତ୍ଥ ଆଦି ଗଛ ଲଗାଇଥାଆନ୍ତି । ଖାଲି ସେ ଗଛ  ଲଗାନ୍ତି ନାହିଁ, ଗଛଟି କେମିତି ବଞ୍ଚି ପାରିବ ସେଥି  ପାଇଁ ବିଶେଷ ଧ୍ୟାନ ଦେଇଥାଆନ୍ତି । କେବଳ ଏତିକୁ  ନୁହେଁ, ମଣିନାଗ ପାହାଡ଼ରେ ଶତାଧିକ ମୟୂର  ଅଛନ୍ତି । ପ୍ରତିଦିନ କୈଳାସ କିଛି ଖାଦ୍ୟ ନେଇ  ମୟୂରଗୁଡ଼ିକୁ ଖାଇବାକୁ ଦିଅନ୍ତି । ଗଛ ଲଗାଇବା  ମୋର ମୂଳ କାମ ବୋଲି ଗଛ ସାର୍‌ ମତ ଦିଅନ୍ତି ।  ଅନେକ ସରକାରୀ, ବେସରକାରୀ ଅନୁଷ୍ଠାନରୁ ସେ  ସମ୍ମାନିତ ହୋଇସାରିଲେଣି ।  

ଚଳିତ ବର୍ଷ ଗଛ ସାର ଦଶପଲ୍ଲାରୁ ପାୟ ୧  ହଜାର ଗଛ ଆଣି ମଣିନାଗ ପାହାଡ଼ରେ ରୋପଣ  କରିଛନ୍ତି । ଏଥିରେ ଆମ୍ବ, ପଣସ, ବର, ଅଶ୍ୱତ୍ଥ  ଓ ନିମ ଆଦି ଗଛ ରହିଛି । ସେହିପରି ରଣପୁର  ଏନ୍‌ଏସିରେ ଥିବା ସାଗର ପୋଖରୀ ହୁଡ଼ାରେ  ୧୫୦ ଆମ୍ବ ଓ ଗୁଆ ଗଛ ରୋପଣ କରିଛନ୍ତି ।  କୈଳାସଙ୍କର ଏହି ଅବଦାନ ପାଇଁ ରାଜ୍ୟ  ସରକାରଙ୍କର ଜଳବାୟୁ ଓ ପରିବେଶ ବିଭାଗ ତାଙ୍କୁ  ‘ପ୍ରକୃତି ବନ୍ଧୁ’ ପୁରସ୍କାରରେ ସମ୍ମାନିତ କରିଛନ୍ତି ।  ସେହିପରି ‘ଘାଟ ନିର୍ମାଣ ସେବା ସଂଘ’କୁ  ନୟାଗଡ଼ ଜିଲ୍ଲାପାଳଙ୍କ ତରଫରୁ ‘ପ୍ରକୃତି ମିତ୍ର’  ପୁରସ୍କାରରେ ସମ୍ମାନିତ କରାଯାଇଛି । 

ଚଳିତ  ବର୍ଷ ସ୍ୱଚ୍ଛତା ଦିବସରେ ରଣପୁର ଏନ୍‌ଏସି  ତରଫରୁ କୈଳାସଙ୍କୁ ବିଧାନସଭାର ବାଚସ୍ପତି  ସୁରମା ପାଢ଼ୀଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।  ପୂର୍ବରୁ କୈଳାସ ନୟାଗଡ଼ର ପୂର୍ବତନ ଜିଲ୍ଲାପାଳ  ପୋମା ଟୁଡୁ ଓ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ  ରାଉତଙ୍କଠାରୁ ମଧ୍ୟ ସମ୍ମାନିତ ହୋଇଛନ୍ତି ।  ଜୀବନ ଶେଷ ପର୍ଯ୍ୟନ୍ତ ଗଛ ଲଗାଇ ଚାଲିବି  ବୋଲି କୈଳାସ ପ୍ରମେୟକୁ କହିଛନ୍ତି । ପ୍ରକାଶ  ଯେ ପ୍ରମେୟ ରଣପୁର ପ୍ରତିନିଧି ରଘୁନାଥ  ନାୟକ ଗତ ୨୦୨୦ରେ ଶ୍ରୀ ରଥଙ୍କ ବ୍ୟାପକ  ବୃକ୍ଷରୋପଣ ସମ୍ପର୍କରେ ପ୍ରମେୟରେ ଏକ ରିପୋର୍ଟ  ପ୍ରକାଶ କରି ଶ୍ରୀ ରଥଙ୍କୁ ‘ଗଛ ସାର୍‌’ ଆଖ୍ୟା  ଦେଇଥିଲେ । ସେହିଦିନଠାରୁ ଶ୍ରୀ ରଥ ରଣପୁର  ତଥା ନୟାଗଡ଼ ଜିଲ୍ଲାରେ ଗଛ ସାର୍‌ ଭାବେ ପରିଚୟ  ହାସଲ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.