ଭୁବନେଶ୍ଵର, ୦୯/୦୧ : ପୋଲାଭରମ ପ୍ରକଳ୍ପ ନେଇ ବିଜେଡିର ପ୍ରେସମିଟ୍। ସରକାରଙ୍କ ଉପରେ ବର୍ଷିଲେ ବିଜେଡି ନେତା। ଆଦିବାସୀ ମୁଖ୍ୟମନ୍ତ୍ରୀ ମାଲକାନଗିରି ଆଦିବାସୀଙ୍କ ସ୍ୱାର୍ଥ ରଖିବାରେ ବିଫଳ। ଟ୍ରିପଲ ଇଞ୍ଜିନ୍ ସରକାରରେ କାହିଁକି ଜଳ ବିବାଦ ସମାଧାନ କଲେନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର।

ସେ କହିଛନ୍ତି ଯେ, ପୋଲାଭରମ୍ ରେ ୩୬ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ନିର୍ଗମନର କ୍ଷମତା ଥିଲା। ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ତାକୁ ୫୦ ଲକ୍ଷ କ୍ୟୁସେକ୍ କୁ ବଢ଼ାଇ ଦିଆଗଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି। କିନ୍ତୁ ଏହାକୁ ଜାତୀୟ ପ୍ରକଳ୍ପ ଘୋଷଣା କରି କାମ କରାଗଲା। ଏବେବି ଏକ ପାଖିଆ ଭାବେ କାମ ଚାଲିଛି। କୁହାଗଲା ଯେ ଓଡ଼ିଶାର ଇଞ୍ଚେ ବି ଜମି ବୁଡ଼ିବ ନାହିଁ। କିନ୍ତୁ ଓଡ଼ିଶା ସ୍ଵାର୍ଥ ହାନି ହେଉଛି। ୨୦୨୭ ସୁଦ୍ଧା ପ୍ରକଳ୍ପ ସରିବ ବୋଲି ମିଡିଆ ରିପୋର୍ଟ ଆସିଛି। ଡବଲ ଇଞ୍ଜିନ୍ ସରକାର କାହିଁକି ଚୁପ୍? ଆନ୍ଧ୍ରପ୍ରଦେଶରେ ସହଯୋଗୀ ଦଳ ସରକାର ଅଛି। ସରକାର ଶୀଘ୍ର ପଦକ୍ଷେପ ନ ନେଲେ ଆଦିବାସୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ବିରୋଧ ତୀବ୍ରତର ହେବ। ମାଲକାନଗିରିର ଯେମିତି କିଛି କ୍ଷତି ନ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ଦେବୀ ମିଶ୍ର।

ସେହିପରି ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି ଯେ, ୨୦୨୨ରେ ହଜାର ହଜାର ସଂଖ୍ୟାରେ ଲୋକେ ପ୍ରଭାବିତ ହୋଇଥିଲେ। ଏବେ ବି ସେହି ପରିସ୍ଥିତି ସୃଷ୍ଟି ହୋଇଛି। ପୋଲାଭରମ ପ୍ରକଳ୍ପ ବନ୍ଦ କରାଯାଉ ବୋଲି ଆମେ ଦାବି କରୁଛୁ। ରାଜ୍ୟସଭା ସାଂସଦ ସୁଭାସିସ ଖୁଣ୍ଟିଆ କହିଛନ୍ତି ଯେ, ପୋଲାଭରମ୍ ହେଲେ ମାଲାକନଗିରି ଆଦିବାସୀ ଓ ଅଧିବାସୀ ପ୍ରଭାବିତ ହେବେ। ଓଡ଼ିଶା ସ୍ଵାର୍ଥକୁ ଦଳି ଦେଇ ଆନ୍ଧ୍ରପ୍ରଦେଶରେ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରାଯାଉଛି। ପୋଲାଭରମ୍ କୁ ଆମେ ବିରୋଧ କରୁନାହୁଁ କିନ୍ତୁ ମାଲକାନଗିରି ଜିଲ୍ଲା ପାଇଁ ଚିନ୍ତିତ। ଟ୍ରିପଲ ଇଞ୍ଜିନ୍ ସରକାରକୁ ଆମର ନିବେଦନ ଏହାର ପୁନଃବିଚାର କରନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ।

ଏହି ଖବରଟିକୁ ପଢନ୍ତୁ- PUCCକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ନବୀନ : 'ପୂର୍ବ ପରିକଳ୍ପନା ନକରି ନିୟମ ଲାଗୁ କରିବା ସରକାରଙ୍କ ବିଫଳତା'