କେନ୍ଦୁଝର ସଦର,୧୧/୦୬: ଋଣ କିସ୍ତି ଶୁଝି ନ ପାରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଗାଡ଼ି ମାଲିକ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବର୍ଦ୍ଧନ ଗାଁ ଲୋକନାଥ ଦେଓ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ମୃତ ଲୋକନାଥ ଦେଓ ସଦର ଥାନା ଅନ୍ତର୍ଗତ କାଦଗଡ ନିକଟ ଟ୍ରେନ ଲାଇନ୍ ନିକଟରେ ନିଜ ବାଇକ୍ ରଖି ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଲୋକନାଥର ହାଇୱାକୁ କିଛି ଦିନ ପୂର୍ବରୁ ଫାଇନାନ୍ସ କମ୍ପାନୀ ଟାଣି ନେଇଥିବା ବେଳେ ଅନ୍ୟ ଏକ ଗାଡ଼ି ମଧ୍ୟ କିସ୍ତି ଫେଲ୍ ରହିଛି । ଏଥିରେ ସେ ବିଚଳିତ ହୋଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅଭିଯୋଗ ହୋଇଛି । ଖବର ପାଇ ସଦର ପୁଲିସ ତଦନ୍ତ ଜାରି ରଖିଛି ।