କଙ୍କଡ଼ାହାଡ଼,୨୯/୧୦: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ଥାନା ଇଲାକା ଘାଗରାମୁଣ୍ଡା ହାଟ ଛକ ନିକଟରେ ଯାତ୍ରୀବାହି ବସ ପଛକୁ ପିଟିଲା ଆଇରନ ବୋଝେଇ ଟ୍ରକ। ଏଥିରେ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।

ପାଲଲହଡ଼ାରୁ ଭୁବନେଶ୍ୱର ଯାତ୍ରୀ ନେଇ ବିଜୟା ନାମକ ବସ ଯାଉଥିଲା ଘାଗରାମୁଣ୍ଡା ହାଟ ଛକ ନିକଟରେ ଯୋଡ଼ାରୁ ଆଇରନ ବୋଝେଇ ନେଉଥିବା ଟ୍ରକ ପଛ ପଟୁ ଧକା ଦେଇଥିଲା। ବସଟି ଘାଗରାମୁଣ୍ଡା ହାଟ ଛକ ନିକଟରେ ଯାତ୍ରୀ ଓହ୍ଲାଇ ଛାଡିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ବସରେ ଯାତ୍ରା କରୁଥିବା ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଖବର ପାଇ ମହାବିରୋଡ଼ ଥାନା ପୁଲିସ କର୍ମଚାରୀମାନେ ପହଞ୍ଚି ଗୁରୁତର ଥିବା ୩ ଜଣଙ୍କୁ ଚିକିତ୍ସା ପାଇଁ ପରଜଙ୍ଗ ମେଡ଼ିକାଲକୁ ପଠାଇଛନ୍ତି। ମହାବିରୋଡ଼ ପୁଲିସ ଅଧିକ ତଦନ୍ତ ଚଳାଇଛି।