ବେଲବାହାଳୀ, ୧୧।୬: ଘଷିପୁରା ଥାନା ଅନ୍ତର୍ଗତ ଭାଲୁକୁମା ଛକ ନିକଟରେ ୨୦ନଂ ଜାତୀୟ ରାଜପଥରେ ଟ୍ରକ୍-ବସ୍ ଧକ୍କା । ଦୁର୍ଘଟଣାରେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୪ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ଏନେଇ ଖବର ପାଇବା ପରେ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବସ୍ ଓ ଟ୍ରକ୍ ଦୁଇଟି ଗାଡ଼ିକୁ ଅଟକ ରଖିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ବାସନ୍ତୀଦୁର୍ଗା ବସ୍ଟି ଭଦ୍ରକ ନଦିଗାଁରୁ ଘଟଗାଁ ଯିବା ବାଟରେ ଭାଲୁକୁମା ନିକଟରେ ପଛପଟୁ ଏକ ୧୨ଚକିଆ ଟ୍ରକ୍ ଧକ୍କା ଦେଇଥିଲା । ଟ୍ରକ୍ ଧକ୍କାରେ ବସ୍ରେ ଥିବା ମୋଟ୍ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ଲାଗି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।