ନୂଆଦିଲ୍ଲୀ,୨୫/୦୩; ଇରାନ ଏବଂ ଆମେରିକା-ଇସ୍ରାଏଲ ଯୁଦ୍ଧରେ ୫ ଦିନିଆ ବ୍ରେକ୍ ଲାଗିଛି । ଇରାନ ସହ ଯୁଦ୍ଧ ଭିତରେ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ''ଇରାନ ପରମାଣୁ ଅସ୍ତ୍ର ନ ରଖିବାକୁ ରାଜି ହୋଇଛି । ତେହେରାନ୍ ସମ୍ବେଦନଶୀଳ ଭାବରେ କଥାବାର୍ତ୍ତା କରୁଛି ଓ ଆମ ସହ ଚୁକ୍ତି କରିବାକୁ ଚାହୁଁଛି । ଆମେ ଜିତିଛୁ ଏବେ ଯୁଦ୍ଧ ଶେଷ କରିବାକୁ ଚାହୁଁ । ସେମାନେ ସମ୍ପୂର୍ଣ୍ଣ ପରାସ୍ତ ଏବଂ ସାମରିକ ଭାବେ ମୃତ । ''
୨୫ ଦିନିଆ ଆମେରିକା-ଇରାନ ବିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି କି, ବିବାଦର ଅନ୍ତ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ଇରାନ ସମ୍ବେଦନଶୀଳ ହୋଇ ଆମେରିକାକୁ ଏକ ଉପହାର ଦେଇଛି । ଟ୍ରମ୍ପ ଏହି ଉପହାରର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିନଥିଲେ ମଧ୍ୟ ସେ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବାଲ ଏବଂ ହୋର୍ମୁଜ ପ୍ରଣାଳୀ ଦେଇ ତୈଳ ବାଣିଜ୍ୟ ସହିତ ଜଡିତ । ସେ ଏହା ମଧ୍ୟ କହିଛନ୍ତି ଇରାନ ଆଉ କେବେ ପରମାମୁ ଅସ୍ତ୍ର ରଖିବନି ବୋଲି ରାଜି ହୋଇଛି ।
ପରମାଣୁ ଅସ୍ତ୍ର ମୁଖ୍ୟ ପ୍ରସଙ୍ଗ- ଆମେ ବର୍ତ୍ତମାନ ଆଲୋଚନାରେ ଅଛୁ, ଆଲୋଚନାର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ସାମିଲ ଅଛନ୍ତି । ଟ୍ରମ୍ପ କହିଛନ୍ତି, ଯେ କୌଣସି ସମ୍ଭାବ୍ୟ ଚୁକ୍ତି ଏହି ସର୍ତ୍ତ ସହିତ ଆରମ୍ଭ ହେବ ଯେ ଇରାନ ପରମାଣୁ ଅସ୍ତ୍ର ହାସଲ କରିପାରିବ ନାହିଁ । ସେ ଦାବି କରିଥିଲେ ଯେ ଆମେରିକା ଇରାନର ୟୁରାନିୟମ ଭଣ୍ଡାରର ନିୟନ୍ତ୍ରଣ ନେବ, ଏବଂ ଉଭୟ ପକ୍ଷ ଏହି ସର୍ତ୍ତରେ ସହମତ ହେଉଥିବା ପରି ମନେ ହେଉଛି । ଟ୍ରମ୍ପ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଯଦି ଏକ ଚୁକ୍ତି ହୁଏ, ତେବେ ଆମେରିକା ଏବଂ ଇରାନ ମିଳିତ ଭାବରେ ହୋର୍ମୁଜ ପ୍ରଣାଳୀକୁ ନିୟନ୍ତ୍ରଣ କରିପାରିବ ।
ଇରାନ ଅସ୍ୱୀକାର ଏବଂ ପରସ୍ପର ବିରୋଧୀ ବୟାନ- ଟ୍ରମ୍ପ ଏକ ଚୁକ୍ତିନାମା ପାଇଁ ଆଶାବାଦୀ ଥିବାବେଳେ, ଇରାନୀ ଅଧିକାରୀମାନେ ଏହି ଦାବିଗୁଡିକୁ ଖାରଜ କରି ଦ୍ୱନ୍ଦ ସୃଷ୍ଟି କରିଛନ୍ତି । ଇରାନୀ ସଂସଦର ବାଚସ୍ପତି ମହମ୍ମଦ-ବାଘେର ଗାଲିବାଫ ଏବଂ ଡେପୁଟି ଅଲି ନିଜଜାଦ ଟ୍ରମ୍ପଙ୍କ ସହ କୌଣସି ଆଲୋଚନାକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛନ୍ତି । ନିକଜାଦ ଟ୍ରମ୍ପଙ୍କୁ ମିଛୁଆ ବୋଲି କହିଛନ୍ତି । ଇରାନ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ଜଣେ କଠୋରପନ୍ଥୀ ପ୍ରବୀଣ ମହମ୍ମଦ-ବାଘେର ଜୋଲଗାଦରଙ୍କୁ ଅଲି ଲାରିଜାନିଙ୍କ ସ୍ଥାନରେ ନୂଆ ଶୀର୍ଷ ଜାତୀୟ ସୁରକ୍ଷା ନେତା ଭାବେ ନିଯୁକ୍ତ କରିଛି ।
ଏହା ବି ପଢନ୍ତୁ...ଯୁଦ୍ଧ ଚିନ୍ତା: ଏ ଦେଶରେ କମ୍ ଗାଧୋଇବାକୁ ନିର୍ଦ୍ଦେଶ
ଆଲୋଚନା ଗୋଟିଏ ପଟେ, ଅନ୍ୟପଟେ ସାମରିକ ମୁତୟନ- ଟ୍ରମ୍ପଙ୍କ କୂଟନୈତିକ ଆଶା ବିପରୀତ, ଆଉ ଗୋଟିଏ ପଟେ ସାମରିକ କାର୍ଯ୍ୟକଳାପ ତୀବ୍ର ହେଉଛି । ପେଣ୍ଟାଗନ ମଧ୍ୟପ୍ରାଚ୍ୟକୁ ଅଧିକ ସ୍ଥଳସେନା ପଠାଇବା ଆରମ୍ଭ କରିଛି । ଆମେରିକୀୟ ମାରିନ ଏହି ଅଞ୍ଚଳକୁ ଯାଉଛନ୍ତି । ସେନାର ଏଲିଟ୍ ୮୨ ତମ ଏୟାରବର୍ଣ୍ଣ ଡିଭିଜନରୁ ଏକ ବ୍ରିଗେଡ ଯୁଦ୍ଧ ଦଳ ମୁତୟନ କରିବାର ଯୋଜନା କରିଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଇରାନ ଉପରେ ଆକ୍ରମଣ ଜାରି ରହିବ ।
କହି ରଖୁଛି କି, ୨୫ ଦିନ ଧରି ଚାଲିଥିବା ସଂଘର୍ଷରେ ୪,୩୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏହି ମୃତ୍ୟୁର ପ୍ରାୟ ୩ ଚତୁର୍ଥାଂଶ ଇରାନରେ ଘଟିଛି । ଲେବାନନରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଯେଉଁଠାରେ ଇସ୍ରାଏଲ ଇରାନ ସମର୍ଥିତ ହିଜବୁଲ୍ଲା ସହିତ ଲଢୁଛି । ଏହି ବିବାଦର ଅନ୍ତ ପାଇଁ ଅନେକ ଦେଶ ପ୍ରୟାସ କରୁଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିର ମଧ୍ୟସ୍ଥଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ।