ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Operation Sindoor: ମୁଁ ଜାଣିଥିଲି ଭାରତ ପ୍ରତିଶୋଧ ନେବ; ଡୋନାଲ୍ଡ ଟ୍ରମ୍ପ

Published By : Anindita Ratha | May 7, 2025 2:21 PM

ନୂଆଦିଲ୍ଲୀ,୦୭/୦୫: ଭାରତର ପ୍ରତିଶୋଧ। ପାକିସ୍ତାନ ଉପରେ ରାତି ଅଧିଆ ଏୟାରଷ୍ଚ୍ରାଇକ୍ କରିଛି ଭାରତୀୟ ସେନା। ସଫଳ ହୋଇଛି 'ଅପରେସନ ସିନ୍ଦୂର' । ଆଉ ଭାରତୀୟ ସେନାର ଏଭଳି କାର୍ଯ୍ୟାନୁଷ୍ଠାନକୁ ସାରା ଦେଶ ପ୍ରଶଂସା କରିବାରେ ଲାଗିଛି । ପହଲଗାମ ଆକ୍ରମଣକୁ ନେଇ ପ୍ରତିଶୋଧ ନିଆଁରେ ଜଳୁଥିବା ଭାରତୀୟଙ୍କ ରାଗ କିଛି ମାତ୍ରାରେ ଶାନ୍ତ ପଡିଛି । ଆଉ ଏହାରି ମଧ୍ୟରେ ଟ୍ରମ୍ପ କହିଛନ୍ତି , ମୁଁ ଜାଣିଥିଲି  ଭାରତ ପ୍ରତିଶୋଧ ନେବ ।


ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ  ଧ୍ବଂସ କରିଛି ।  ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଥିଲେ ପୂର୍ବରୁ ଆଶଙ୍କା କରାଯାଉଥିଲା କିଛି ହେବ ବୋଲି । ଆଉ ଆଶା ଥିଲା ଏହା ବହୁତ ଶୀଘ୍ର ଶେଷ ହେବ ।  ହେଲେ ଅନ୍ୟପଟେ ଭାରତର ଅପରେସନ ସିନ୍ଦୂରକୁ ନେଇ ଭଡକିଛି ଚୀନ । ବୁଧବାର ଦିନ ପାକିସ୍ତାନ ଉପରେ ଭାରତର ଏୟାରଷ୍ଟ୍ରାଇକକୁ ନେଇ ଚୀନ କହିଛି କି, ଭାରତର ସେନା କାର୍ଯ୍ୟାନୁଷ୍ଠାନ ଏକ ଦୁଃଖଦ ଘଟଣା  । ସେହିପରି ଚୀନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି କି, ଏହାକୁ ନେଇ ଚୀନ ଚିନ୍ତିତ । ଭାରତ ଓ ପାକିସ୍ତାନ ଉଭୟ ପଡୋଶୀ ଦେଶ । ତେଣୁ ଉଭୟ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବାକୁ ଚୀନ ନିବେଦନ କରିଛି । ନିଜକୁ ସମ୍ଭାଳ ଓ ଆଗକୁ କିଭଳି ଏହି ବିବାଦ ନବଢିବ ତା ଉପରେ ଆଲୋଚନା କରିବାକୁ ପରାମର୍ଶ ଦେଇଛି ଚୀନ  । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.