ନୂଆଦିଲ୍ଲୀ,୦୨/୦୩; ଭୟଙ୍କର ହେବ ଯୁଦ୍ଧ । ମଧ୍ୟପ୍ରାଚ୍ୟରେ ଆହୁରି ଭୟଙ୍କର ହେବ ଯୁଦ୍ଧ ଘନଘଟା । ଇସ୍ରାଏଲ-ଆମେରିକାର ଅପରେସନରେ ଖାମେନେଇଙ୍କ ମୃତ୍ୟୁ ପରେ ରକ୍ତମୁଖା ହୋଇ ଉଠିଛି ଇରାନ । ଇସ୍ରାଏଲ ସମେତ ୟୁଏଇରେ ବିଭିନ୍ନ ଦେଶରେ ଭୟଙ୍କର ହମଲା କରୁଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଆଗକୁ ଆହୁରି ଭୟଙ୍କର ହୋଇପାରେ । ଏହାରି ଭିତରେ ଇରାନ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ଯୁଦ୍ଧ ଆହୁରି ୪ ସପ୍ତାହ ଚାଲିବ ଏ ପର୍ଯ୍ୟନ୍ତ ୪୮ ଜଣ ଇରାନ ନେତାଙ୍କୁ ନିପାତ କରିଛୁ । ଇରାନ ରିଭୋଲ୍ୟୁସନ ଗାର୍ଡ ମୁଖ୍ୟାଳୟ ଧ୍ୱଂସ କରି ସାପର ମୁଣ୍ଡ କାଟିଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।
ଇରାନ ସହ ଚାଲିଥିବା ସଂଘର୍ଷରେ ଉପରେ ଡୋନାଲ୍ଡ ଟ୍ରମ୍ପ ବୟାନ ଦେଇ କହିଛନ୍ତି, ଏହି ଲଢେଇ ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ । ଆମେ ଅନୁମାନ କରିଥିଲୁ ଯେ ଏହା ଚାରି ସପ୍ତାହ କିମ୍ବା ତାଠାରୁ କମ୍ ସମୟ ପର୍ଯ୍ୟାନ୍ତ ଚାଲିବ । ଯୁଦ୍ଧରେ ପ୍ରାଣ ହରାଇଥିବା ଆମେରିକୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଇରାନ ବିରୋଧରେ ଆମେରିକାର ସାମରିକ ଅଭିଯାନ ଆହୁରି ୪ ସପ୍ତାହ ଚାଲିପାରେ । ଏହା ସର୍ବଦା ଏକ ଚାରି ସପ୍ତାହ ପ୍ରକ୍ରିୟା ହୋଇ ଆସିଛି । ଏହା ଏକ ବଡ଼ ଦେଶ ଆମେ ଆକଳନ କରିଥିଲୁ । ଆମେରିକା ସାମରିକ ଅଭିଯାନ ନିର୍ଦ୍ଧାରିତ ସମୟଠାରୁ ଆଗକୁ ଚାଲିଛି । ଅନେକ ଲକ୍ଷ୍ୟ ବାକି ଅଛି । ସବୁକିଛ ଯୋଜନା ଅନୁସାରେ ଚାଲିଛି । ସାଉଦି ଆରବକୁ ମଧ୍ୟ ଟାର୍ଗେଟ କରାଯାଉଛି । ତେଣୁ ସେ ବି ଲଢେଇରେ ଯୋଗ ଦେବ । ସେ ବାହାରିନ, କତାର ଏବଂ ଡୋର୍ଡାନ ଭଳି ବନ୍ଧୁତ୍ୱପୂର୍ଣ୍ଣ ଦେଶର ନେତାମାନଙ୍କ ସହିତ ଆଲୋନଚା କରିଛନ୍ତି । ଆମେରିକା ଏବଂ ଇସ୍ରାଏଲ ଆକ୍ରମଣ ପରେ ଇରାନରେ ଗଣତାନ୍ତ୍ରିକ ପ୍ରଗତି କରିପାରିବ ବୋଲି ଆଶା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଏହା ବି ପଢନ୍ତୁ....ମଧ୍ୟପ୍ରାଚ୍ୟ ମହାଯୁଦ୍ଧକୁ ନେଇ ନେତନ୍ୟାହୁଙ୍କ ସହ କଥା ହେଲେ ମୋଦି, କହିଲେ 'ଶତ୍ରୁତାର ଶୀଘ୍ର ଅନ୍ତ ହେବା ଆବଶ୍ୟକ '
ସେପଟେ ଇରାନ ଉପରେ ଭୟଙ୍କର ଆକ୍ରମମ ଚେତାବନୀ ଦେଇଛନ୍ତି ନେତାନ୍ୟାହୁ । ତେହେରାନ ଛାତିରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନକୁ ଚେତାବନୀ ଦେଇ କହିସାରିଛନ୍ତି ଯଦି ଇରାନ ସେନା ଅସ୍ତ୍ର ନଛାଡେ ତେବେ ମୃତ୍ୟୁ ନିଶ୍ଚିତ । ଇରାନ୍ ଉପରେ ଆକ୍ରମଣ ସଠିକ୍ ପଦକ୍ଷେପ । ଏହା ଆମେରିକୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି ।