ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଟ୍ରମ୍ପଙ୍କ ସାଇନ୍ ପରେ ଆଇନ ହେଲା 'ୱାନ୍‌ ବିଗ୍‌ ବିୟୁଟିଫୁଲ ବିଲ୍‌' , କମିବ ଟ୍ୟାକ୍ସ

Published By : Ankita S | July 5, 2025 7:50 AM

ନୂଆଦିଲ୍ଲୀ,୦୫/୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ହ୍ୱାଇଟ୍ ହାଉସ୍‌ରେ 'ୱାନ୍‌ ବିଗ୍‌ ବିୟୁଟିଫୁଲ ବିଲ୍‌' ଉପରେ ହସ୍ତାକ୍ଷର କରିଛନ୍ତି । ଏବେ ଏହି ବିଲ୍ ଆଇନ୍‌ରେ ପରିଣତ ହୋଇଛି । ବିଲ୍‌ ଟ୍ୟାକ୍ସ କମ୍‌ ସହ ଖର୍ଚ୍ଚ କମ କରିବା ସହିତ ଜଡ଼ିତ । ଗୋଟିଏ ଦିନ ପୂର୍ବରୁ ରିପବ୍ଲିକ ପାର୍ଟି ସାହାଯ୍ୟରେ ସଂସଦର ପାସ୍‌ ହୋଇଥିଲା ବିଲ୍ । ଏବେ ଟ୍ରମ୍ପଙ୍କ ସାଇନ୍ ପରେ ଆଇନ୍‌ରେ ପରିଣତ ହୋଇଛି ବିଲ୍‌ । ଏହାକୁ ଟ୍ରମ୍ପଙ୍କର ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

ବିଲ୍‌ରେ ସାଇନ୍ କରିବା ସମୟରେ ଟ୍ରମ୍ପ କହିଛନ୍ତି,'' ଆମେରିକାରେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି । ମୁଁ କେବେ ଲୋକଙ୍କୁ ଆମ ଦେଶରେ ଏତେ ଖୁସି ଦେଖି ନଥିଲି । କାରଣ ଏହି ବିଲ୍‌ରେ ଅନେକ ଲୋକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି । ଯେପରିକି ସେନା, ସାଧାରଣ ନାଗରିକ ଏବଂ  ସବୁ ପ୍ରକାର ଚାକିରିକୁ ଫୋକସ୍ କରାଯାଇଛି । ଏହି ବିଲ୍‌ର ଆମେରିକା ଇତିହାସରେ ସବୁଠୁ ବଡ଼ ଟ୍ୟାକ୍ସ ଛାଡ଼ ହୋଇଛି । ସବୁଠୁ ବଡ଼ ଖର୍ଚ୍ଚ କମିବା ଏବଂ ସୀମା ସୁରକ୍ଷା ନିବେଶ ସାମିଲ ହୋଇଛି ।''

କ'ଣ ଟ୍ରମ୍ପଙ୍କ 'ୱାନ୍‌ ବିଗ୍‌ ବିୟୁଟିଫୁଲ ବିଲ୍‌' ? ଏହି ବିଲ୍‌ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟାଳୟର ସବୁଠୁ ବଡ଼  ମହତ୍ତ୍ବପୂର୍ଣ୍ଣ ଯୋଜନା ବୋଲି କୁହାଯାଉଛି । ଏଥିରେ ୨୦୧୭ରେ ଟ୍ୟାକ୍ସ ହ୍ରାସକୁ ସ୍ଥାୟୀ ଭାବରେ କାର୍ଯ୍ୟକାରୀ କରିବା, ସରକାରୀ ଖର୍ଚ୍ଚ କମାଇବା ଏବଂ କଠୋର ଇମିଗ୍ରେସନ୍‌ ଆଇନ୍ ଲାଗୁ କରିବା  ସାମିଲ ରହିଛି । ଆମେରିକା- ମେକ୍ସିକୋ ସୀମାରେ ପ୍ରାଚୀର ବିସ୍ତାର ପାଇଂ ୪୬ ବିଲିୟନ ଡଲାର,  ୧୦ ହଜାର ନୂଆ ପ୍ରବାସୀ ଅଫିସରଙ୍କ ନିଯୁକ୍ତି ସହ ୧୦,୦୦୦ ଡଲାର ବୋନସ୍‌ ମଧ୍ୟ ଦିଆଯିବ ।

ଏହି ବିଲ୍‌କୁ ନେଇ ବିବାଦ ମଧ୍ୟ ରହିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଏଥିରେ ଲକ୍ଷ ଲକ୍ଷ ଆମେରିକାବାସୀ ସ୍ୱାସ୍ଥ୍ୟ ବୀମା ହରାଇ ପାରନ୍ତି । ଏହି ବିଲ୍ ଆମେରିକାରେ ମୋଟ ଋଣରେ ୩ ଟ୍ରିଲିୟନ ଡଲାର ଅଧିକ ଯୋଡିବ । ଏବେ ଆମେରିକା ଉପରେ ୩୬.୨ ଟ୍ରିଲିୟନ ଡଲାର ଋଣ ଅଛି ।

ବିଲ୍ ସପକ୍ଷରେ ୨୧୮ ଭୋଟ ପଡ଼ିଥିଲା- ହ୍ୱାଇଟ୍ ହାଉସରେ ବିଲ୍ ସପକ୍ଷରେ ୨୧୮ ଓ ବିରୋଧରେ ୨୧୪ ଭୋଟ ପଡ଼ିଥିଲା । ରିପବ୍ଲିକ ପାର୍ଟିର ଦୁଇ ସାଂସଦ ବିଲ୍କୁ ବିରୋଧ କରିଥିଲେ । ବାକି ସମସ୍ତ ୨୧୨ ଡେମୋକ୍ରାଟିକ ସାଂସଦ  ବିଲ୍ ବିରୋଧରେ ଥିଲେ । ଡେମୋକ୍ରାଟିକ ନେତା ହକିମ ଜେଫ୍ରିଜ ବିଲ୍ ବିରୋଧରେ ୮ ଘଣ୍ଟା ୪୬ ମିନିଟ୍ ଲମ୍ବା ଭାଷଣ ଦେଇଥିଲେ । ସେ କହିଥିଲେ ଏହି ଆଇନ୍ ଧନୀଙ୍କୁ ଲାଭ ଦେବ ସାଧାରଣ ଜନତାଙ୍କୁ କ୍ଷତି ପହଞ୍ଚାଇବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.