ନୂଆଦିଲ୍ଲୀ,୩୦/୧୨; ଡୋନାଲ୍ଡ ଟ୍ରମ୍ପଙ୍କୁ ଭୟଙ୍କର ରୋଗ  ହୋଇଛି କି ? ଜେଲେନସ୍କିଙ୍କ ସହିତ ଆଲୋଚନା ପରେ ଆମେରିକା ରାଷ୍ଟ୍ରପତିଙ୍କର ବଡ଼ ରାଜ୍ ସାମ୍ନାକୁ ଆସିଛି । ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପ ଏବଂ ଭୋଲୋଡାମିର ଜେଲେନସ୍କିଙ୍କ ମଧ୍ୟରେ ହୋଇଥିବା ବୈଠକର ନିଷ୍କର୍ସ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ହାତରେ ଥିବା ମେକଅପକୁ ନେଇ ବିଭିନ୍ନ ଜାତୀୟ-ଆନ୍ତର୍ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ହେଉଛି । ଟ୍ରମ୍ପ ତାଙ୍କ ହାତରେ ଥିବା ଏକ ଚିହ୍ନ ଅର୍ଥାତ କୌଣସି ରୋଗକୁ ଲୁଚାଇବାକୁ ପ୍ରୟାସ କରୁଥିବା କୁହାଯାଉଛି । ବୈଠକରେ ଟ୍ରମ୍ପଙ୍କ ଡାହାଣ ହାତରେ ସ୍ପଷ୍ଟ ଭାବେ ଏକ ମେକଅପ୍ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି । ଟ୍ରମ୍ପଙ୍କ ହାତରେ ଏହି ମେକଅପକୁ ନେଇ କିଛି ଲୋକ ସୋସିଆଲ ମିଡିଆରେ ମଜା କରିଥିବାବେଳେ କିଛି ଚିନ୍ତା ପ୍ରକାଶ କରିଥିଲେ । ଏ ନେଇ ହ୍ୱାଇଟ ହାଉସ୍ କିଛି ଅଲଗା ସଫେଇ ଦେଇଛି ।

କ'ଣ କହିଲା ହ୍ୱାଉଟ୍ ହାଉସ୍ ? ଏ ନେଇ ହ୍ୱାଇଟ ହାଉସ୍ ସଫେଇ ଦେଇଛି । ହ୍ୱାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି କି, ଟ୍ରମ୍ପ ବହୁ ଲୋକଙ୍କୁ ଭେଟୁଛନ୍ତି ଓ ଲଗାତାର ସେମାନଙ୍କ ସହିତ ହାତ ମିଳାଉଛନ୍ତି । ଏହା କାରଣରୁ ହାତରେ ଏଭଳି ଚିହ୍ନ ହୋଇଛି ବୋଲି ହ୍ୱାଇଟ୍ ହାଉସ ସଚିବ କାରୋଲିନ ଲେଭିଟ କହିଛନ୍ତି । ୭୯ ବର୍ଷୀୟ ଟ୍ରମ୍ପ ପ୍ରତିଦିନ ଶହ ଶହ ଲୋକଙ୍କ ସହ ହାତ ମିଳାଉଛନ୍ତି ତେଣୁ ତାଙ୍କ କୋମଳ ତ୍ୱଚାରେ ଚିହ୍ନ ସୃଷ୍ଟି ହୋଇଥିବା ଡାକ୍ତର କହିଛନ୍ତି । ଏହା ସହିତ ସ୍ୱାସ୍ଥଗତ ସମସ୍ୟା ପାଇଁ ଟ୍ରମ୍ପ ଔଷଧ ସେବନ କରୁଛନ୍ତି । ଫଳରେ ତାଙ୍କ ରକ୍ତ ପତଳା ହେଉଛି ଓ ସାମାନ୍ୟ ରଗଡି ହେଲେ ଚର୍ମରେ ଚିହ୍ନ ଆସୁଥିବା ଲେଭିଟ୍ କହିଛନ୍ତି । ସେ ଜୋର୍ ଦେଇଛନ୍ତି ରାଷ୍ଟ୍ରପତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର କୌଣସି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ନାହିଁ । କିନ୍ତୁ ଟ୍ରମ୍ପ ଏକ ଗମ୍ଭୀର ରୋଗ ଲୁଚାଉଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । 

​​​​​​​କହି ରଖୁଛୁ କି, ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ୟମ ଜାରି ରହିଛି । ୪ ବର୍ଷ ଧରି ଚାଲିଥିବା ରୁଷ୍ - ୟୁକ୍ରେନ୍ ଯୁଦ୍ଧରେ ଖୁବଶୀଅଘ୍ର ଯବନିକା ପଡିବା ଆଶା କରାଯାଉଛି । ଶାନ୍ତି ଫେରିବା ସମ୍ଭାବନା ଦେଖା ଦେଇଛି । ଗତକାଲି (ସୋମବାର)  ଜେଲେନସ୍କି ଏବଂ ଟ୍ରମ୍ପଙ୍କ ମଧ୍ୟରେ ୩ ଘଣ୍ଟା ଧରି ବୈଠକ ହୋଇଥିଲା । ୨୦ ସୂତ୍ରୀ ଶାନ୍ତି ଚୁକ୍ତିରେ ୯୫ ପ୍ରତିଶତ ସହମତି ହୋଇଛି । ୟୁକ୍ରେନର ସୁରକ୍ଷା ଗ୍ୟାରେଣ୍ଟି ଉପରେ ସହମତି ହୋଇଥିବା ଜଣାପଡିଛି