ନୂଆଦିଲ୍ଲୀ,୨୬/୦୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି । ଅକ୍ଟୋବର ୧ରୁ ଏହା ଲାଗୁ ହେବ । ଟ୍ରମ୍ପଙ୍କର ଏହି ନିଷ୍ପତ୍ତି ଯୋଗୁଁ ଔଷଧ ଉପରେ ଏବେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଯିବ । ଏହି ଘୋଷଣା ପରେ ଭାରତୀୟ ଫାର୍ମୀ କମ୍ପାନୀରେ ହଲଚଲ ଦେଖିବାକୁ ମିଳିଛି । କମ୍ପାନୀ ସେୟାର ୫% ଖସିଛି ।
ଆଜିର ଦିନ ଭାରତୀୟ ଫାର୍ମା କାମ୍ପାନୀଗୁଡିକ ପାଇଁ ଭଲ ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫାର୍ମା ଉତ୍ପାଦ ଆମଦାନୀ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି । ଆଇଟି କମ୍ପାନୀ ପରି ଫାର୍ମା କମ୍ପାନୀ କାରବାରର ଅଧିକ ଅଂଶ ଆମେରିକା ବଜାର ଉପରେ ନିର୍ଭର । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପାଇ ଫାର୍ମ କମ୍ପାନୀ କାରବାର ଉପରେ ପ୍ରଭାବ ପକାଇଛି । ୫ ପ୍ରତିଶତ ସେୟାର ଖସିଥିବା ଦେଖିବାକୁ ମିଳିଛି । ଅରବିନ୍ଦ ଫାର୍ମା ସେୟାର ୧୦୭୦ରେ ଖୋଲିଥିଲା ଯାହା ୨ ପ୍ରତିଶତ ଖସିଛି । ସେହିପରି ସିଳ୍ପା ଲିମିଟେଡ, ଡକ୍ଟର ରେଡ୍ଡୀ ଲ୍ୟାବ, ଲୁପିନ, ସନଫାର୍ମା ଓ ଜେଡୁସ ଲାଇଫ ସାଇନ୍ସ ଫରି ଫାର୍ମା କମ୍ପାନୀ ସେୟାର ଖସିଛି । ସିଳ୍ପା ଲିମିଟେଡ ସେୟାର ୨ ପ୍ରତିଶତରୁ ଅଧିକ ଖସିଛି । ଏହି କମ୍ପାନୀରେ ୨୯ ପ୍ରତିଶତ ଅଂଶ ଆମେରିକା ଆମଦାନୀରୁ ହୁଏ । ଡକ୍ଟର ରେଡ୍ଡୀ ଲ୍ୟାବର ସେୟାର ୧୨୪୦.୯୦ରେ ସ୍ତରରେ ପହଞ୍ଚିଛି । କମ୍ପାନୀ ଆମଦାନୀରେ ଆମେରିକାକ ଅଂଶ ୪୫ ପ୍ରତିଶତ ରହିଛି । ଲିପୁନରେ ୩୬% ଓ ସନଫାର୍ମାର ୩୩% ଭାଗ ଆମେରିକା ଆମଦାନୀରୁ ରହିଛି
ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ରେ ତାଙ୍କର ନିଷ୍ପତ୍ତି ବାବଦରେ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, "୨୦୨୫ ଅକ୍ଟୋବର ୧ ତାରିଖରୁ, ଆମେ ଯେକୌଣସି ବ୍ରାଣ୍ଡେଡ୍ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦ଧ ଶୁଳ୍କ ଲାଗୁ କରିବୁ । ଯେ ପର୍ଯ୍ୟନ୍ତ କୌଣସି କମ୍ପାନୀ ଆମେରିକାରେ ତାର ଔଷଧ ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ କରୁନାହିଁ । ଯଦି ନିର୍ମାଣ ପୂର୍ବରୁ ଆରମ୍ଭ ହୋଇସାରିଛି, ତେବେ ଏହି ଔଷଧ ଉତ୍ପାଦ ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ । " ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭାରତୀୟ ଔଷଧ ନିର୍ମାତାଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇବ । ଆମେରିକା ଭାରତୀୟ ଔଷଧ ନିର୍ମାଣ ପାଇଁ ଏକ ପ୍ରମୁଖ ବଜାର ।