ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

୫୦% ଶୁଳ୍କକୁ ବିରୋଧ କରି ଟ୍ରମ୍ପ ପ୍ରଶାସନଙ୍କୁ ନିକି ହେଲିଙ୍କ ଚେତାବନୀ, କହିଲେ ଏମିତି...  

Published By : Anindita Ratha | August 21, 2025 9:21 AM

ନୂଆଦିଲ୍ଲୀ,୨୧/୦୮:ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁକୁ ବିରୋଧ କରି ଟ୍ରମ୍ପ ପ୍ରଶାସନକୁ ଚେତାବନୀ।ଜାତିସଂଘରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲି  ଟ୍ରମ୍ପ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଆଗକୁ ଆମେରିକା-ଭାରତ ସମ୍ପର୍କ ଭୁଶୁଡ଼ିବାକୁ ଯାଉଛି ।  ଯଦି ଆମେରିକା ଚୀନକୁ ଲଗାମ ଲଗାଇବାକୁ ଚାହିଁ ତେବେ ଭାରତ ସହିତ ସମ୍ପର୍କକୁ ଆଗ ପ୍ରାଥମିକତା ଦେବାକୁ ପଡିବ। 

ନ୍ୟୁଜୱିକ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,ହେଲି ଲେଖିଛନ୍ତି  ଆମେରିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାକୁ ଅଣଦେଖା କରୁଛି । ଯେଉଁଠିକି ଆମର ଟାର୍ଗେଟ ହେଉଛି ଚୀନ୍। ଚୀନ୍‌କୁ ମାତ ଦେବାକୁ ହେଲେ ଆମେରିକାର ଭାରତ ରୂପରେ  ବନ୍ଧୁ ରହିବା ଉଚିତ। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ରୁଷିଆ ତେଲ ଏବଂ ଶୁଳ୍କ ବିବାଦ ପ୍ରସଙ୍ଗକୁ ବିଶ୍ୱର ଦୁଇ ବୃହତ୍ତମ ଗଣତାନ୍ତ୍ରିକ ଶକ୍ତି ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଅନୁମତି ଦେବା ଉଚିତ୍ ନୁହେଁ।"ଯୁକ୍ତରାଷ୍ଟ୍ର ତା' ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଭୁଲିଯିବା ଉଚିତ୍ ନୁହେଁ । ଚୀନ୍‌ର ମୁକାବିଲା କରିବା ପାଇଁ, ଆମେରିକାକୁ ଭାରତ ଭଳି ବନ୍ଧୁର ଆବଶ୍ୟକତା ଅଛି ବୋଲି ସେ ଲେଖିଛନ୍ତି। 

ସେ ଆହୁରି ବି ଲେଖିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷୀୟ ତୈଳ କିଣିବା ଜାରି ରଖିବା ପାଇଁ ୨୫ ପ୍ରତିଶତ ପାରସ୍ପରିକ ଶୁଳ୍କ ଓ ଅତିରିକ୍ତ ୨୫ ପ୍ରତିଶତ ଲାଗୁ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ-ପାକିସ୍ତାନ ଯୁଦ୍ଧବିରତି ଆଲୋଚନାରେ ଆମେରିକାର ଭୂମିକା ଉପରେ ଦାବି ସମେତ ମାସ ମାସ ଧରି ଚାଲିଥିବା ଉତ୍ତେଜନା ପରେ ଏହି ପଦକ୍ଷେପ ନିଆଯାଇଛି। ହେଲି ଟ୍ରମ୍ପଙ୍କ ଚାପ ଅଭିଯାନକୁ ସମର୍ଥନ କରି କହିଛନ୍ତି ଯେ ଭାରତର ଶକ୍ତି କ୍ରୟ 'ୟୁକ୍ରେନ ବିରୁଦ୍ଧରେ ଭ୍ଲାଦିମିର ପୁଟିନଙ୍କ ନିଷ୍ଠୁର ଯୁଦ୍ଧକୁ ଆର୍ଥିକ ସହାୟତା କରୁଛି'।  ସେ ଭାରତକୁ ଶତ୍ରୁ ଭାବରେ ବ୍ୟବହାର କରିବା ବିରୋଧରେ ସତର୍କ କରାଇଛନ୍ତି। 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.