ନୂଆଦିଲ୍ଲୀ,୩୧/୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ତେଲ ଉପରେ ପୁଣି ଥରେ ଟାରିଫ ଲଗାଇବା ନେଇ ଘୋଷଣା କରିଛନ୍ତି। ରୁଷ ୟୁକ୍ରେନ ଯୁଦ୍ଧ ବନ୍ଦ କରାଇବା ଉଦ୍ୟମରେ ଯଦି ରୁଷ କୌଣସି ପ୍ରତିବନ୍ଧକ ସୃଷ୍ଟି କରେ ତେବେ ତୈଳ କ୍ଷେତ୍ରରେ ୨୫ରୁ ୫୦%  ଟାରିଫ ଲାଗୁ କରାଯିବ ବୋଲି ଟ୍ରମ୍ପ ରବିବାର କହିଛନ୍ତି ।  ଯୁଦ୍ଧ ବିରତି ଘୋଷଣା ନ ହେଲେ ଗୋଟିଏ ମାସ ମଧ୍ୟରେ  ଏହି ଟାରିଫ ଲାଗୁ ହେବାର ଢ଼େର ସମ୍ଭାବନା ରହିଛି । ଯୁଦ୍ଧ  ପ୍ରସଙ୍ଗରେ ପୁଟିନଙ୍କ ସହ ଚଳିତ ସପ୍ତାହରେ ଆଲୋଚନା କରିବେ ବୋଲି କହିଛନ୍ତି ଟ୍ରମ୍ପ ।  

୨୦୨୪ ରାଷ୍ଟ୍ରପତି ନିର୍ବାଚନ ଅଭିଯାନରେ ୟୁକ୍ରେନ  ଯୁଦ୍ଧ ବନ୍ଦ କରିବାକୁ କହିଥିଲେ ଟ୍ରମ୍ପ । ଜାନୁଆରି ୨୦ରେ  ଦାୟିତ୍ୱ ଗ୍ରହଣ କରିବା ପରେ ଏ ନେଇ କାର୍ଯ୍ୟକ୍ରମ ସେ  ଗ୍ରହଣ କରିଛନ୍ତି । ୟୁକ୍ରେନରେ ପୁଣି ଥରେ ନିର୍ବାଚନ  କରାଇବା ଏବଂ ଜେଲେନେସ୍କିଙ୍କୁ ଏକଛାତ୍ରବାଦି ବୋଲି  ସେ କହିଥିଲେ । ଟ୍ରମ୍ପ ଶୁକ୍ରବାର କହିଲେ, ୟୁକ୍ରେନ  ଏବେ ଅନ୍ତରୀଣ ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରୁ । ଏହା  ପରେ ନୂଆ ନିର୍ବାଚନ ଲାଗି ପ୍ରକ୍ରିୟା ଆଗାଉ । ଏହା  ଦ୍ୱାରା ଜେଲେନେସ୍କିଙ୍କୁ ଗାଦିଚ୍ୟୁତ କରାଯାଉ । ରୁଷ  ଏବଂ ଆମେରିକା ମିଳିତ ଭାବେ ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ଚାହୁଁଛୁ । 

ଏଭଳି ସ୍ଥିତିରେ ଯଦି ରୁଷ ମଧ୍ୟ ଯୁଦ୍ଧ ବନ୍ଦ କରିବାରେ  କୌଣସି ସମସ୍ୟା ସୃଷ୍ଟି କରେ ରୁଷରୁ ଆସୁଥିବା ତେଲ  ଉପରେ ପୁଣି ଥରେ ଟାରିଫ ଲାଗୁ ହେବ ବୋଲି ଟ୍ରମ୍ପ  ଧମକ ଦେଇଛନ୍ତି । ରୁଷରୁ ଯଦି ତେଲ କିଣିବେ ତେବେ  ଆମେରିକା ସହ ବାଣିଜ୍ୟ କରିବା ମୁସ୍କିଲ ହେବ ବୋଲି ଟ୍ରମ୍ପ କହିଛନ୍ତି । ଏବେ ରୁଷ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ  ଉଦ୍ୟମ ଜାରି ରଖିଛନ୍ତି । ଏହି ଯୁଦ୍ଧ ବନ୍ଦ ହେଲେ ବିଶ୍ୱ  ଅର୍ଥନୀତି ଉପରେ ଭଲ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।

୨୦ ବର୍ଷ ଅପେକ୍ଷାର ଅନ୍ତ; ଆମେରିକା ସହିତ ଭାରତର ବଡ଼ ଚୁକ୍ତି, ପରମାଣୁ ରିଆକ୍ଟର ପ୍ରସ୍ତୁତ କରିବ ଏହି କମ୍ପାନି