• ହ୍ୱାଇଟ୍ ହାଉସରେ ସ୍କ୍ରିନିଂ ହେବ ମେଲାନିଆ ଟ୍ରମ୍ପ ଫିଲ୍ମ
  • ଡୋନାଲ୍ଡ୍ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ
  • ଏହା ମେଲନିଆଙ୍କ ଜୀବନର ୨୦ ଦିନର ଡକ୍ୟୁମେଣ୍ଟ୍ରି

ନୂଆଦିଲ୍ଲୀ : ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏବେ ଚର୍ଚ୍ଚାରେ। ଏହାର କାରଣ ଏହା ଯେ, ହ୍ୱାଇଟ୍ ହାଉସରେ ସେ ଏକ ନୂଆ ଫିଲ୍ମ ସ୍କ୍ରିନିଂର ଆୟୋଜନ କରିବେ। ଫିଲ୍ମକୁ ‘ମେଲାନିଆ’ ନାମ ଦିଆ ଯାଇଛି। ଏହା ତାଙ୍କ ଜୀବନର ସେହି ୨୦ ଦିନର ଡକ୍ୟୁମେଣ୍ଟ୍ରି , ଯାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଉଦଘାଟନର ଠିକ୍ ପୂର୍ବର। ତାଙ୍କର ପରାମର୍ଶଦାତା ତଥା ଏଜେଣ୍ଟ ମାର୍କ ବେକମ୍ୟାନ କହିଥିଲେ ଯେ, ଏହି ସ୍କ୍ରିନିଂ ରାଷ୍ଟ୍ରପତି, ତାଙ୍କର ପରିବାର ଓ ନିକଟତମ ବନ୍ଧୁଙ୍କ ପାଇଁ ହେବ , ଯେଉଁଠି ସେମାନେ ପ୍ରଥମ ଥର ପୂରା ଫିଲ୍ମ ଦେଖିବେ। ଫିଲ୍ମରେ ମେଲାନିଆ ଟ୍ରମ୍ପଙ୍କ ବ୍ୟକ୍ତିଗତ ଜୀବନ , ଫ୍ୟାଶନ ଚଏସ୍ , କୂଟନୀତିକ ଗତିବିଧି ଓ ସିକ୍ରେଟ୍ ସର୍ଭିସ୍‌ର ସୁରକ୍ଷା ବ୍ୟବସ୍ଥା ଭଳି ଦୁର୍ଲ୍ଲଭ ଝଲକ ଦେଖା ଯାଇଛି।

ଟ୍ରେଲର ଉଦଘାଟନ ଦିବସରେ ମେଲାନିଆଙ୍କ ନେଭି ରଙ୍ଗର ଚଉଡ଼ା ଟୋପି ପିନ୍ଧିବାର ଫଟୋ ଓ ରାଷ୍ଟ୍ରପତିଙ୍କୁ ତାଙ୍କ ଉଦଘାଟନୀ ଭାଷଣରେ , ଶାନ୍ତିଦୂତ ହେବାର ପରାମର୍ଶ ଦେବାର କ୍ଷଣ ମଧ୍ୟ ସାମିଲ। ଫିଲ୍ମର ଗ୍ଲୋବାଲ ରିଲିଜ ୩୦ ଜାନୁଆରୀରେ ହେବ। ଏହା ଆମାଜନର ଏନଜିଏମ୍ ଷ୍ଟୁଡିଓର ସହ ୪୦ ମିଲିୟନ ଡଲାରର ଚୁକ୍ତିନାମା ଅନୁସାରେ ନିର୍ମିତ ହୋଇଛି। ବେକମ୍ୟାନ କହିଛନ୍ତି –ଏହା କୌଣସି ରାଜନୀତିକ ଫିଲ୍ମ ନୁହେଁ , ବରଂ ମେଲିନିଆ ଟ୍ରମ୍ପ ନିଜେ ଏହାର କ୍ରିଏଟିଭ୍ ଡାଇରେକ୍ସନ ର ନେତୃତ୍ୱ ନେଇଛନ୍ତି।ଫିଲ୍ମରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ହାସ୍ୟ କ୍ଷଣକୁ ମଧ୍ୟ ସ୍ଥାନ ଦିଆ ଯାଇଛି।

ଜାତିସଂଘ ଉପରେ ଆମର ଭରସା ରହିଛି, ବୋର୍ଡ ଅଫ୍ ପିସ୍ ଦରକାର ନାହିଁ ; ଟ୍ରମ୍ପଙ୍କୁ ନାଟୋ ସାଥି ମଧ୍ୟ ଦେଖାଇଲା ଠେଙ୍ଗା

ଏହା ବ୍ୟତୀତ , ଆଗାମୀ ବର୍ଷ ଏକ ଫଲୋ-ଅପ୍ ଡକ୍ୟୁମେଣ୍ଟାରୀ ସିରିଜ୍ ରିଲିଜ ହେବ। ଏହାକୁ ମେଲାନିଆ ଟ୍ରମ୍ପଙ୍କ ପ୍ରାଥମିକତା ଭଳି ଫୋଷ୍ଟର କେୟାରରେ ପିଲାଙ୍କ ଉପରେ କେନ୍ଦ୍ରିତ ରଖାଯିବ। ହ୍ୱାଇଟ୍ ହାଉସ୍ ସ୍କ୍ରିନିଂ ପରେ , ରାଷ୍ଟ୍ରପତି ଓ ପ୍ରଥମ ମହିଳା ଜନ୍ ଏଫ୍. କେନେଡି ସେଣ୍ଟର ଫର୍ ଦ ପରଫର୍ମିଂ ଆର୍ଟ୍ସରେ ପ୍ରିମିୟରରେ ସାମିଲ ହେବେ।