ନୂଆଦିଲ୍ଲୀ,୧୮।୮: ରୁଷରୁ ତେଲ କିଣିବାକୁ ନେଇ ଆମେରିକା ପୁଣିଥରେ ଭାରତକୁ ଟାର୍ଗେଟ କରିଛି। ଏବେ ହ୍ବାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି, ଭାରତ ଏବେ ରୁଷ ଓ ଚୀନ୍ ଭଳି ଶକ୍ତିଶାଳୀ ହେଉଛି। ଯେଉଁ କାରଣରୁ ଏବେ ତାକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବା ବିପଦଜନକ ହୋଇଯିବ। ସେଭଳି ଭାରତ ମଧ୍ୟ ସ୍ପଷ୍ଟ କରିଛି ଯେ, ତୈଳ କାରବାକୁ ନେଇ ତାକୁ ଅନୁଚିତ ଭାବରେ ଆମେରିକା ଟାର୍ଗେଟ କରୁଛି। ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମେରିକା ଓ ୟୁରୋପୀୟ ସଂଘ ମଧ୍ୟ ରୁଷରୁ ସାମଗ୍ରୀକୁ କିଣୁଛି।
‘ଫାଇନାନ୍ସିଆଲ ଟାଇମ୍ସ’ ରେ ପ୍ରକାଶିତ ଏକ ରିପୋର୍ଟରେ ହ୍ବାଇଟ ହାଉସର ବ୍ୟାପାରିକ ମାମଲାର ପରାମର୍ଶଦାତା ପିଟର ନଭାରୋ କହିଛନ୍ତି, ନୂଆଦିଲ୍ଲୀ ଏବେ ‘ରୁଷ ଓ ଚୀନ୍ ଦୁଇ ଦେଶର ଖୁବ୍ ନିକଟବର୍ତ୍ତୀ ହେବାକ ଯାଉଛି। ଯଦି ଭାରତ ଏକ ରଣନୈତିକ ପାର୍ଟନର ଭଳି ବ୍ୟବହାର ଚାହେଁ, ତେବେ ତାକୁ ସେଭଳି କାମ ମଧ୍ୟ କରିବା ଦରକାର।’ ଏହା ପୂର୍ବରୁ ବହୁ ସମୟରେ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ମଧ୍ୟ ରୁଷ ତେଲ କିଣିବାକୁ ନେଇ ଭାରତକୁ ଟାର୍ଗେଟ କରିସାରିଛନ୍ତି।
ନଭାରୋ କହିଛନ୍ତି, ରୁଷ ତୈଳର ସବୁଠାରୁ ଅଧିକ ଆମଦାନୀ ଭାରତ କରେ। ଏବେ ରୁଷ ଓ ଚୀନ୍ ସହ ଭାରତର ସମ୍ପର୍କ ଆହୁରି ସୁଦୃଢ ହେଉଛି। ଏହି କାରଣରୁ ଭାରତକୁ ଆମେରିକାର ସାମରିକ ଉପକରଣ ପ୍ରଦାନ କରିବା ବିପଦଜନକ ହୋଇପାରେ। ଟ୍ରମ୍ପ ପୂର୍ବରୁ ଭାରତ ବିରୋଧରେ ୨୫+୨୫ ପ୍ରତିଶତ ଟାରିଫ ଲଗାଇ ସାରିଛନ୍ତି। ପ୍ରାରମ୍ଭିକ ଘୋଷଣାରେ ସେ ଭାରତ ଉପରେ ୨୫% ଶୁଳ୍କ ଲଗାଇଥିଲେ। ଏହି କାରଣରୁ ବ୍ରିକ୍ସ ଦେଶ ଓ ଆମେରିକାକୁ ହେଉଥିବା କ୍ଷତି ବୋଲି କହିଥିଲେ। ଏହି ସମୟରେ ରୁଷ ତୈଳର କିଣାବିକାକୁ ନେଇ ଭାରତ ଜରିମାନା ଲଗାଇଥିଲା। ଏହାପରେ ସେ ୨୫% ଅତିରିକ୍ତ ଶୁଳ୍କର ଘୋଷଣା କରିଥିଲେ ଓ ଭାରତକୁ ରୁଷ ତୈଳ କିଣାବିକା ନେଇ ଘେରିଥିଲେ।