ନୂଆଦିଲ୍ଲୀ : ଇରାନ ବିପକ୍ଷ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଅଷ୍ଟ୍ରେଲିଆରେ ଥିବା ଇରାନୀ ମହିଳା ଫୁଟବଲ ଟିମ୍‌କୁ ନେଇ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କୁ ଅପିଲ କରିଛନ୍ତି ଯେ, ସେ ଇରାନୀ ଟିମ୍‌କୁ ପୁଣି ପଠାଇବାର ଭୁଲ କରନ୍ତୁ ନାହିଁ ଏବଂ ସେମାନଙ୍କୁ ଅଷ୍ଟ୍ରେଲିଆରେ ହିଁ ଆଶ୍ରୟ ଦିଅନ୍ତୁ। କାହିଁକି ନା ଯଦି ସେମାନଙ୍କୁ ପୁଣି ତେହେରାନ ପଠାଇ ଦିଆଯାଏ , ତ ସମ୍ଭବ ଯେ, ଇସଲାମିକ ଶାସନ ଦ୍ୱାରା ତାଙ୍କୁ ଜୀବନରେ ମାରି ଦିଆଯିବ।

ଉଲ୍ଲେଖନୀୟ ଯେ, ଇରାନୀ ମହିଳା ଟିମକୁ ନେଇ ସୋସିଆଲ ମିଡ଼ିଆ ସମେତ ଅନ୍ୟ ଫ୍ଲାଟଫର୍ମରେ ଏହି ଦାବି ଏଥିପାଇଁ ହେଉଛି, କାରଣ ଗତ ସପ୍ତାହରେ ଏକ ମ୍ୟାଚ୍ ବେଳେ ସେମାନେ ଇରାନର ଜାତୀୟ ସଙ୍ଗୀତ ଗାଇବାକୁ ମନାକରି ଦେଇ ଥିଲେ।

ଦିଲ୍ଲୀରୁ ମଞ୍ଚେଷ୍ଟର ଯାଉଥିଲା ଇଣ୍ଡିଗୋ ଫ୍ଲାଇଟ୍ , ହଠାତ୍ ଆଫ୍ରିକାର ଆକାଶ ଉପରୁ କାହିଁକି ନେଲା ୟୁଟର୍ଣ୍ଣ ?

ସୋସିଆଲ ମିଡ଼ିଆରେ ଏହି ମହିଳା ଖେଳାଳିଙ୍କ ସୁରକ୍ଷା ଚିନ୍ତାକୁ ନେଇ ଦାବି ବୃଦ୍ଧି ମଧ୍ୟରେ ଟ୍ରମ୍ପ ମଧ୍ୟ ନିଜର ସ୍ୱର ଉଠାଇ ଥିଲେ। ସେ ଟ୍ରୁଥ୍ ସୋସିଆଲରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ସମ୍ୱୋଧିତ କରି ଲେଖିଥିଲେ ଯେ, ଯଦି ଅଷ୍ଟ୍ରେଲିଆ ତାଙ୍କୁ ପୁଣି ଇରାନ ପଠାଇ ଦିଏ , ତ ସେ ଏକ ଭୟାନକ ମାନବୀୟ ଭୁଲ କରି ବସିବ। କେବଳ ଏତିକି ନୁହେଁ ଟ୍ରମ୍ପ କହିଛନ୍ତି ଯଦି ଅଷ୍ଟ୍ରେଲିଆ ଏମିତି କରିବାରେ ପ୍ରସ୍ତୁତ ନୁହେଁ , ତ ଆମେରିକା ସେମାନଙ୍କୁ ଶରଣ ଦେବା ପାଇଁ ପ୍ରସ୍ତୁତ।

ଅଷ୍ଟ୍ରେଲିଆରେ ଏକ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପହଞ୍ଚି ଥିବା ଇରାନୀ ମହିଳା ଫୁଟବଲ ଟିମ୍ ସେହି ସମୟରେ ଚର୍ଚ୍ଚାକୁ ଆସି ଥିଲା, ଯେତେବେଳେ ଦକ୍ଷିଣ କୋରିଆ ବିପକ୍ଷରେ ୨ ମାର୍ଚ୍ଚରେ ହୋଇଥିବା ମ୍ୟାଚ୍‌ରେ ଇରାନର ଜାତୀୟ ସଙ୍ଗୀନ ବାଜିଲା ଏବଂ ସବୁ ଖେଳାଳି ଚୁପଚାପ୍ ଠିଆ ହୋଇ ଥିଲେ। ଏହି ଘଟଣା ସେହି ସମୟରେ ହୋଇଛି ଯେବେ ଆମେରିକା ଓ ଇସ୍ରାଏଲ ଇରାନ ଉପରେ ବଡ଼ ଆକ୍ରମଣ କରିଥିଲେ , ଯେଉଁଥିରେ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଇରାନର ସରକାରୀ ମିଡ଼ିଆରେ ଏହି ଖେଳାଳିଙ୍କ ବିରୋଧରେ ଖୁବ୍ କଡ଼ା ବିବୃତ୍ତି ସାମ୍ନାକୁ ଆସିଥିଲା। ସେମାନଙ୍କୁ ‘ଯୁଦ୍ଧକାଳୀନ ଗଦ୍ଦାର’ ଏବଂ ତାଙ୍କର ଏହି ପଦକ୍ଷେପକୁ ଅପମାନର ଚରମ ସୀମା ଭାବେ ଦର୍ଶା ଯାଇଥିଲା।

ଉକ୍ତ ଘଟଣା ପରେ ଟିମ୍ ଲଗାତାର ନିଜର ମ୍ୟାଚ୍ ଖେଳୁଥିଲା , କିନ୍ତୁ ରବିବାର ଫିଲିପାଇନ୍ସ ବିପକ୍ଷରେ ୨-୨୦ରେ ପରାଜୟ ପରେ ତାଙ୍କୁ ଟୁର୍ଣ୍ଣାମେଣ୍ଟରେ ବାହାରିବାକୁ ପଡ଼ି ଥିଲା, ଯାହା ପରେ ଏବେ ସେମାନଙ୍କୁ ଇରାନ ଫେରିବାକୁ ହେବ।