ନୂଆଦିଲ୍ଲୀ- ମଞ୍ଚେଷ୍ଟର ଯାଉଥିବା ଇଣ୍ଡିଗୋର ଏକ ବିମାନ ସୋମବାର ଆଫ୍ରିକା ଦେଶ ହରିଟ୍ରିଆର ବିମାନ କ୍ଷେତ୍ରରେ ପ୍ରବେଶ କରିଥିଲା , ହେଲେ କିଛି ପ୍ରତିବନ୍ଧକ କାରଣରୁ ଦିଲ୍ଲୀ ଫେରି ଆସିଲା। ସୂତ୍ରରୁ ଏହି ସୂଚନା ମିଳିଛି। ଏହି ଉଡ଼ାଣ ଲିଜରେ ନିଆଯାଇ ଥିବା ବୋଇଂ ୭୮୭ ବିମାନ ଦ୍ୱାରା ପରିଚାଳିତ ହେଉଥିଲା। ଆଭିଏସନ କମ୍ପାନୀ ଇଣ୍ଡିଗୋ ଏକ ବିବୃତ୍ତିରେ କହିଛି, ପଶ୍ଚିମ ଏସିଆରେ ଥିବା ସ୍ଥିତି କାରଣରୁ, ଅନ୍ତିମ ସମୟରେ ବିମାନ କ୍ଷେତ୍ରରେ ଲଗାଯାଇ ଥିବା ପ୍ରତିବନ୍ଧକ ଯୋଗୁଁ ନୂଆଦିଲ୍ଲୀରୁ ମଞ୍ଚେଷ୍ଟର ଯାଉଥିବା ଆମର ଉଡ଼ାଣ ୬ଇ ୦୩୩କୁ ନିଜର ମୂଳ ସ୍ଥାନକୁ ଫେରିବାକୁ ପଡ଼ିଲା। ଆମେ ସମ୍ୱନ୍ଧିତ କର୍ତ୍ତୃପକ୍ଷଙ୍କ ସହ ମିଶି ଯାତ୍ରା ପୁଣି ଥରେ ଆରମ୍ଭ କରିବାର ସମ୍ଭାବନା ଗୁଡ଼ିକୁ ଜାଣିବାରେ ଚେଷ୍ଟା କରୁଛୁ।

ସୂତ୍ରାରୁ ପ୍ରକାଶ ଯେ, ଇରିଟ୍ରିଆର କର୍ତ୍ତୃପକ୍ଷଙ୍କ ଠାରୁ କିଛି କ୍ଲିୟରାନ୍ସ ସମ୍ୱନ୍ଧୀୟ ସମସ୍ୟା ଥିଲା ଏବଂ ବିପଦର ଆଶଙ୍କା ପରେ ବିମାନକୁ ଦିଲ୍ଲୀ ଆଣିବାକୁ ନିଷ୍ପତ୍ତି ନିଆଯାଇ ଥିଲା। ଏହି ଏୟାରଲାଇନ୍ସ ଏଥେନ୍ସକୁ ଛାଡ଼ି ଲଣ୍ଡନ ସମେତ ଅନ୍ୟ ୟୁରୋପୀୟ ସହର ଗୁଡ଼ିକ ପାଇଁ ଉଡ଼ାଣ ପରିଚାଳନା କରିଥାଏ ଏବଂ ଏଥିପାଇଁ ନରୱେର ନର୍ସ ଅଟଲାଣ୍ଟିକ ଏୟାରୱେଜରୁ ଲିଜରେ ନିଆଯାଇ ଥିବା ବୋଇଂ ୭୮୭-୯ ବିମାନ ଗୁଡ଼ିକୁ ବ୍ୟବହାର କରିଥାଏ।

ପଶ୍ଚିମ ଏସିଆରେ ସଂଘର୍ଷକୁ ନଜରରେ ରଖି ନିୟାମକ ‘ୟୁରୋପୀୟ ସଂଘ ବିମାନ ସୁରକ୍ଷା ଏଜେନ୍ସି’ (ଇଏଏସଏ) ନିଜ ସହ ପଞ୍ଜୀକୃତ ବିମାନ ( ଯେଉଁଥିରେ ନର୍ସ ଅଟଲାଣ୍ଟିକର ବିମାନ ମଧ୍ୟ ସାମିଲ ଅଛି)କୁ ପଶ୍ଚିମ ଏସିଆର କିଛି ବିମାନ କ୍ଷେତ୍ର (ଯେଉଁଥିରେ ସାଉଦୀ ଆରବ ମଧ୍ୟ ସାମିଲ ଅଛି) ବ୍ୟବହାର କରିବା ପାଇଁ ପ୍ରତିବନ୍ଧକ ଲଗେଇଛି। ଫଳସ୍ୱରୂପ , ଇଣ୍ଡିଗୋ ଏବେ ୟୁରୋପରେ ପ୍ରବେଶ କରିବା ପାଇଁ ଆଫ୍ରିକା ଦେଇ ଏକ ଦୀର୍ଘ ପଥ ଆପଣାଉଛନ୍ତି। ଏୟାରଲାଇନର ଉଡ଼ାଣ ୟୁରୋପରେ ପ୍ରବେଶ କରିବା ପୂର୍ବରୁ ଆରବ ସାଗର , ଇଥିଓପିଆ , ହରିଟ୍ରିଆ, ଲୋହିତ ସାଗର ଓ ମିଶର ଉପରେ ଉଡ଼ାଣ ଭରିଥାଏ।