ନୂଆଦିଲ୍ଲୀ : ଟାରିଫ୍ (ଶୁଳ୍କ) ଉପରେ ଆମେରିକୀୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଷ୍ଟ୍ରପତି ଟ୍ରମ୍ପ ଏବେ କିଛି ଦେଶ ଉପରେ କ୍ରୋଧିତ ହୋଇଛନ୍ତି। ସେ ସୋମବାର କହିଥିଲେ , ଯଦି କୌଣସି ଦେଶ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଟାରିଫ୍କୁ ନେଇ ଖେଳ ଖେଳିବାକୁ ଚେଷ୍ଟା କରିବେ ତ ତା ଉପରେ ପୂର୍ବାପେକ୍ଷା ଅଧିକ ଟାରିଫ ଲଗାଯିବ। ରାଷ୍ଟ୍ରପତି ଏହିକଥା ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ସ୍ପଷ୍ଟ ଭାବେ କହିଛନ୍ତି। ଏମିତି ଦେଶ ବହୁତ ଅଧିକ ଟାରିଫର ସମ୍ମୁଖୀନ ହେବ।
ଗତ ଶୁକ୍ରବାର ଆମେରିକାର ସୁପ୍ରିମକୋର୍ଟ ଏକ ଐତିହାସିକ ଓ ସୁଦୂରପ୍ରସାରୀ ନିଷ୍ପତ୍ତି ଦେଇ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇ ଥିବା ଟାରିଫ୍କୁ ବେଆଇନ ଘୋଷିତ କରି ଦେଇଥିଲେ।
କୋର୍ଟ କହିଛନ୍ତି ଯେ, ଟ୍ରମ୍ପ ଗତ ବର୍ଷ ନ୍ୟାସନାଲ ଏମର୍ଜେନ୍ସି ଆଇନ ଆଧାରରେ ଯେଉଁ ଟାରିଫ୍ ଲଗାଇ ଥିଲେ, ତାହା ବେଆଇନ ଥିଲା। କୋର୍ଟଙ୍କ ଏହି ନିଷ୍ପତ୍ତିରେ ଦ୍ୱିତୀୟ ଦେଶ ସହ ଆମେରିକା ପକ୍ଷରୁ ପୂର୍ବରୁ ଦସ୍ତଖତ କରାଯାଇ ଥିବା କିମ୍ୱା ପେଣ୍ଡିଂ ଟ୍ରେଡ୍ ଡିଲ୍ସକୁ ନେଇ ପୁଣି ଥରେ ଅନିଶ୍ଚିତତା ସୃଷ୍ଟି ହୋଇଛି।
'ମ୍ୟାନ୍ ଅଫ୍ ଆକ୍ସନ ଟ୍ରମ୍ପ ...' , ହଠାତ୍ ଇରାନବାସୀଙ୍କୁ ଫୋନ୍ରେ ଆସିଲା ମେସେଜ୍...କିଏ କରୁଛି ସତର୍କ
ଆମେରିକାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଟ୍ରମ୍ପଙ୍କ ଟାରିଫକୁ ଅବୈଧ ଘୋଷିତ କରିଦେବା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଆର୍ଥିକ ଓ ବୈଦେଶିତ ନୀତି ପାଇଁ ଜୋରଦାର ଝଟକା ସମାନ । କାରଣ ଏଥିରେ ଟ୍ରମ୍ପ ବ୍ରାଣ୍ଡର ପଲିସିର ପତନ ଘଟିଛି। ହେଲେ ଟ୍ରମ୍ପଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ସେ କେଉଁ କେଉଁ ଦେଶକୁ ଟାର୍ଗେଟ୍ କରିଛନ୍ତି କିମ୍ୱା କେଉଁ ପ୍ରକାରର ଖେଳ କଥା କହୁଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଟ୍ରମ୍ପ ଆମେରିକା ସହ ବିଜନେସ୍ କରୁଥିବା ଦେଶ ଗୁଡ଼ିକ ଉପରେ ଟାରିଫ ଲଗେଇବାର ଅନେକ ଉପାୟର ତଲାସ କରୁଛନ୍ତି।
କହି ରଖୁଛୁ ଯେ, ଟ୍ରମ୍ପ ଆମେରିକାରେ ଇମ୍ପୋର୍ଟ ଉପରେ ପ୍ରଥମେ ୧୦ ପ୍ରତିଶତ ଏବଂ ପରେ ୧୫ ପ୍ରତିଶତର ନୂଆ ଟାରିଫ୍ ଲଗେଇବାର ପ୍ଲାନର ଘୋଷଣା କରିଛନ୍ତି।
ଟ୍ରମ୍ପ ତାଙ୍କର ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଏକ ବଡ଼ ପୋଷ୍ଟରେ କହିଛନ୍ତି , ଆମେରିକୀୟ ସୁପ୍ରିମକୋର୍ଟ ଅଜାଣତରେ ଏବଂ ଅନିଚ୍ଛାରେ ଦେଶର ରାଷ୍ଟ୍ରପତି ଭାବେ ମୋତେ ପୂର୍ବରୁ ଖୁବ୍ ଅଧିକ ଶକ୍ତି ଓ ଅଧିକାର ଦେଇଛନ୍ତି। କୋର୍ଟ ତାଙ୍କର ଏହି ହାସ୍ୟାସ୍ପଦ ଓ ମୁର୍ଖତାପୂର୍ଣ୍ଣ ବିଭାଜନକାରୀ ନିଷ୍ପତ୍ତ ମାଧ୍ୟମରେ ଏମିତି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଏବେ ମୁଁ ଲାଇସେନ୍ସର ବ୍ୟବହାର କରି ବିଦେଶୀ ଦେଶ ଗୁଡ଼ିକ ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ପାରିବି।