ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ୟୁକ୍ରେନର ଦୁର୍ଲଭ ଖଣିଜ ସମ୍ପଦ ଉପରେ ଟ୍ରମ୍ପଙ୍କ ଆଖି, ସହାୟତା ବଦଳରେ ରଖିଲେ ଏହି ସର୍ତ୍ତ...

Published By : Rasmita Pradhan | February 5, 2025 8:31 AM

ୱାଶିଂଟନ/କିଏଭ୍‌, ୦୫/୦୨ : ୟୁକ୍ରେନର ବିରଳ ଖଣିଜ ସମ୍ପଦ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଦୃଷ୍ଟି ପଡିଛି । ସେଥିପାଇଁ ସେ ରୁଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନକୁ ସହାୟତା ଦେବା ପ୍ରତିବଦଳରେ ରେଆର ଆର୍ଥ ମ୍ୟାଟେରିଆଲ (ଦୁର୍ଲଭ ଖଣିଜ ସମ୍ପଦ) ଉପରେ ରାଜିନାମା କରିବାକୁ ସର୍ତ୍ତ ରଖିଛନ୍ତି । ୟୁକ୍ରେନ ମଧ୍ୟ ଏଥିରେ ରାଜିଥିବା ନେଇ ଜଣାଇଛି।

ସୋମବାର ଓଭାଲ ଅଫିସରେ ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେରିକା ନିଜର ୟୁରୋପୀୟ ସହଯୋଗୀ ରାଷ୍ଟ୍ରଙ୍କ ତୁଳନାରେ ୟୁକ୍ରେନକୁ ଅଧିକ ସହାୟତା ଯୋଗାଇ ଦେଇଛି । ବର୍ତ୍ତମାନ ଆମେରିକା ୟୁକ୍ରେନ ସହ ଏଭଳି ରାଜିନାମା କରିବାକୁ ଚାହୁଁଛି ଯେଉଁଥିରେ ସେହି ଦେଶ ରେଆର ଆର୍ଥ ମ୍ୟାଟେରିଆଲର ସୁରକ୍ଷା କରିବ । ସେଠାରେ ବେଶ୍‌ ମୂଲ୍ୟବାନ ରେଆର ଆର୍ଥ ମ୍ୟାଟେରିଆଲ ମହଜୁଦ ରହିଛି । ତାକୁ ଆମେରିକା ଉପଯୋଗ କରିବାକୁ ଚାହୁଁଛି । 

ଏହି ଖବରଟିକୁ ପଢନ୍ତୁ-ଟ୍ରମ୍ପଙ୍କ ଆକ୍ସନରେ ବନ୍ଦ ହେବ କି ରକ୍ତାକ୍ତ ସଂଘର୍ଷ ? ଆମେରିକୀୟ ସୀମା ପାଟ୍ରୋଲିଂ ଏଜେଣ୍ଟଙ୍କ ଉପରେ ବଡ଼ ହମଲାର ପ୍ରସ୍ତୁତି

ରେଆର ଅର୍ଥ ମ୍ୟାଟେରିଆଲ ହେଉଛି ୧୭ ପ୍ରାକୃତିକ ବସ୍ତୁର ମିଶ୍ରଣ। ଯାହାକି କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଠାରୁ ଆରମ୍ଭ କରି ସାମରିକ ଉପକରଣ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ଏହାର ଉପଯୋଗ ଆଇଟି ଶିଳ୍ପ, ସୌରଶକ୍ତି, ରାସାୟନିକ ଶିଳ୍ପ, ତୈଳ ବିଶୋଧନ ଓ ଅନ୍ୟ କେତେକ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ । ଯୁଦ୍ଧ ଆରମ୍ଭ ଠାରୁ ଆମେରିକା ଏପର୍ଯ୍ୟନ୍ତ ୟୁକ୍ରେନକୁ ୫.୪୫ ଲକ୍ଷ କୋଟି ଟଙ୍କାର ସହାୟତା କରିସାରିଛି । ଜାନୁଆରୀ ୨୦ ତାରିଖରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିଦେଶୀ ରାଷ୍ଟ୍ରକୁ ଦିଆଯାଉଥିବା ସବୁ ସହାୟତାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.