ମୁମ୍ୱାଇ,୨୬/୧୨: ଖ୍ରୀଷ୍ଟମାସରେ ରିଲିଜ ହୋଇଯାଇଛି କାର୍ତ୍ତିକ ଆର୍ଯ୍ୟନ ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ରୋମାଣ୍ଟିକ କମେଡି ଫିଲ୍ମ 'ତୁ ମେରି ମେ ତେରା ମେ ତେରା ତୁ ମେରି' । ଫିଲ୍ମଟି ୫ ହଜାରରୁ ଅଧିକ ସ୍କ୍ରିନରେ ମୁକ୍ତିଲାଭ କରିଛି । କାର୍ତ୍ତିକଙ୍କ ଫ୍ୟାନ୍ସ ଫିଲ୍ମକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଆଡଭାନ୍ସ ବୁକିଂରେ ପ୍ରାୟ ୬କୋଟି ଟଙ୍କା ରୋଜଗାର କରିଛି ଫିଲ୍ମ ।
ଫିଲ୍ମ 'ତୁ ମେରି ମେ ତେରା ମେ ତେରା ତୁ ମେରି' ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଉଛି । କେତେକ ଏହି ଫିଲ୍ମକୁ ବୋରିଂ କହୁଥିବା ବେଳେ ଅନ୍ୟ କେହି ଏହାକୁ ଏକ ଭଳ ପ୍ରେମ କାହାଣୀ କହୁଛନ୍ତି । ଜଣେ ଲେଖିଛନ୍ତି, ମୁଁ ନିରାଶ, ମୁଁ ଭାବିଥିଲି ଏଥିରେ ଏକ ଭଲ ରୋମାଣ୍ଟିକ ରହିବଏବଂ ହୃଦୟସ୍ପର୍ଶୀ ମୁହୂର୍ତ୍ତ ଦେଖିବାକୁ ମିଳିବ, କିନ୍ତୁ ମୁଁ ସେପରି କିଛି ଦେଖିବାକୁ ପାଇଲି ନାହିଁ" ମନେ ପଡ଼ିଗଲା । ଆଉ ଜଣେ ଲେଖିଛନ୍ତି, 'ଭଲ ରୋମାଣ୍ଟିକ୍ ଫିଲ୍ମ ।ସେହିପରି ଆଉ ଜଣେ ଲେଖିଛନ୍ତି, ସାଧାରଣ ବଲିଉଡ୍ ମଜା ଏବଂ ତା'ପରେ ମୁଖ୍ୟ ଯୋଡ଼ିଙ୍କ ମଧ୍ୟରେ ପ୍ରେମ, କୌଣସି ଦୃଢ଼ ବିବାଦ ନାହିଁ ।
ଆଉ ଜଣେ ଲେଖିଛନ୍ତି, ବହୁତ ଚର୍ଚ୍ଚା ସୃଷ୍ଟି କରିବାରେ ବିଫଳ, ଗୀତର ରିମେକ୍ କାର୍ତ୍ତିକଙ୍କ ଡ୍ୟାନ୍ସ ମୁଭ୍ ଏବଂ ଅନନ୍ୟାଙ୍କ ଅଭିନୟ ଗୀତଗୁଡ଼ିକୁ ନଷ୍ଟ କରିଦେଇଛନ୍ତି, ଧର୍ମା ସିନେମାସର ସବୁଠାରୁ ବଡ଼ ଫ୍ଲପ୍ ଫିଲ୍ମ । ସମୀର ବିଦ୍ୱାନସଙ୍କ ରୋମାଣ୍ଟିକ କମେଡି "ତୁ ମେରି ମେ ତେରା ତୁ ମେରି" ଦୁଇଜଣ ବ୍ୟକ୍ତିଙ୍କୁ ପ୍ରେମ କାହାଣୀକୁ ନେଇ ନିର୍ମିତ । ପରିବାରର ଚାପ ସେମାନଙ୍କ ସମ୍ପର୍କକୁ ଚ୍ୟାଲେଞ୍ଜ କରୁଥିବାରୁ, ସେମାନେ ଅଲଗା ହୋଇଯାଆନ୍ତି କିନ୍ତୁ ପୁଣି ଥରେ ଭେଟିବାକୁ ଆଶା କରନ୍ତି । କରଣ ଶ୍ରୀକାନ୍ତ ଶର୍ମାଙ୍କ ଦ୍ୱାରା ଲିଖିତ, ଏହି ରୋମାଣ୍ଟିକ କମେଡିକୁ ଧର୍ମା ପ୍ରଡକ୍ସନ ଏବଂ ନମଃ ପିକଚର୍ସ ବ୍ୟାନର ତଳେ କରଣ ଜୋହର, ଆଦର ପୁନୱାଲା, ଅପୂର୍ବ ମେହେଟ୍ଟା, ଭୂମିକା ତିୱାରୀ, ଶରେନ ମନ୍ତ୍ରୀ କେଡିଆ ଏବଂ କିଶୋର ଆରୋରାଙ୍କ ଦ୍ୱାରା ପ୍ରଯୋଜିତ କରାଯାଇଛି ।