ମୁମ୍ବାଇ,୧୧/୦୭; ଅଭିନେତାଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ । ଗିରଫ କଲା ପୁଲିସ୍ । ଲାଗିଲା ପୋକ୍ସୋ ଆକ୍ଟ । "ପାଣ୍ଡ୍ୟା ଷ୍ଟୋର" ଏବଂ "କାଶୀବାଇ ବାଜିରାଓ ବଲ୍ଲାଲ" ଭଳି ଲୋକପ୍ରିୟ ଟିଭି ଧାରାବାହିକରେ ଅଭିନୟ କରିଥିବା ୨୯ ବର୍ଷୀୟ ରୋହିତ ଚନ୍ଦେଲଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ତାଙ୍କ ନାମରେ ନାବାଳିକାଙ୍କୁ ପିଛା କରିବା, ହଇରାଣ କରିବା ଏବଂ ଆକ୍ରମଣ କରିବାର ଅଭିଯୋଗ ରହିଛି । ଆକ୍ସନ ନେଇ ପୁଲିସ ଅଭିନେତାଙ୍କ ବିରୋଧରେ ପକ୍ସୋ ଆଇନ ସମେତ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଅନେକ ଗମ୍ଭୀର ଧାରା ଅନୁଯାୟୀ ମାମଲା ରୁଜୁ କରିଛି । ବର୍ତ୍ତମାନ ରୋହିତ ଧାରାବାହିକ "ସୈରାବ"ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ତାଙ୍କୁ ନାମରେ ଏହି ଅଭିଯୋଗ ଆସିବା ପରେ ସିରିଏଲ ସେଟରେ ହଇଚଇ ସୃଷ୍ଟି ହୋଇଛି । ଗତ ଦୁଇ ଦିନ ଧରି ସେଟକୁ ଗଣମାଧ୍ୟମ ଏଣ୍ଟ୍ରୀ ଉପରେ କଟକଣା ହୋଇଥିଲା ।
ସୂଚନା ଅନୁଯାୟୀ, ମୁମ୍ବାଇର ପନ୍ତ ନଗର ପୁଲିସ ଶୁକ୍ରବାର ରୋହିତଙ୍କୁ ତାଙ୍କ ଦହିସର ଘରୁ ଗିରଫ କରିଛି । ଗିରଫ ହେବା ପରେ, ଅଭିନେତାଙ୍କୁ POCSO ଆକ୍ଟ ଅନୁଯାୟୀ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ପୁଲିସ ହେପାଜତକୁ ପଠାଇ ଦିଆଯାଇଥିଲା । ପୁଲିସ ବର୍ତ୍ତମାନ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଲିସ୍ କହିଛି କ, ଅଭିଯୁକ୍ତ ଏବଂ ପୀଡିତା ପରସ୍ପରକୁ ଜାଣନ୍ତି । ମାମଲାକୁ ନେଇ ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ଅଭିଯୋଗ ମିଳିବା ପରେ ମାମଲା ଦାୟର କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ମାମଲାର ତଦନ୍ତ ଜାରି ରହିଛି ।
ଲଗାତାର ଫୋନ୍ କରିବା ଏବଂ ପିଛା କରିବା ଅଭିଯୋଗ - ମୁମ୍ବାଇର ପୂର୍ବ ଉପନଗରରେ ରହୁଥିବା ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ମାମଲା ରୁଜୁ କରି ଛି। ଅଭିଯୋଗରେ କୁହାଯାଇଛି ଯେ ରୋହିତ ଚନ୍ଦେଲ ତାଙ୍କ ନିଜ ଫୋନ୍ ନମ୍ବର ଏବଂ ଅନ୍ୟାନ୍ୟ ଅନେକ ଫୋନ୍ ନମ୍ବରରୁ ନାବାଳିକା ଝିଅଟିକୁ ବାରମ୍ବାର ଫୋନ୍ କରୁଥିଲେ, ଯାହା ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲା । ପୁଲିସର କହିବା ଅନୁଯାୟୀ, ରୋହିତ ଏବଂ ନାବାଳିକା ଝିଅ ପରସ୍ପରକୁ ପୂର୍ବରୁ ଜାଣିଥିଲେ । ମାମଲା କେବଳ ଫୋନ୍ କଲ୍ ପର୍ଯ୍ୟନ୍ତ ସୀମିତ ନଥିଲା । ଜୁଲାଇ ୫ ତାରିଖରେ ରୋହିତ ଝିଅଟିକୁ ଅଟକାଇଥିଲେ । ଝିଅଟି ଚାଲିଯିବାକୁ ଚେଷ୍ଟା କରିବାବେଳେ ରୋହିତ ତାଙ୍କ ପଛେ ପଛେ ଗଲେ, ତାଙ୍କ ସହିତ ଯୁକ୍ତିତର୍କ କଲେ, ଦୁର୍ବ୍ୟବହାର କଲେ ଏବଂ ଶେଷରେ ତାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ମାମଲାରେ, ପନ୍ତ ନଗର ପୁଲିସ ରୋହିତ ଚନ୍ଦେଲଙ୍କ ବିରୋଧରେ POCSO ଆଇନ ସହିତ ଭାରତୀୟ ଦଣ୍ଡ ସଂହିତା (IPC)ର ଧାରା ୭୮ଏବଂ ୧୧୫(୨) ଅନୁଯାୟୀ ମାମଲା ରୁଜୁ କରିଛି ।
ଏହା ବି ପଢନ୍ତୁ...‘ବେବି ଡୁ ଡାଇ ଡୁ’ ପ୍ରମୋସନ୍ରେ ଲାଗିପଡିଛନ୍ତି ହୁମା କୁରେଶୀ, କହିଲେ ଦର୍ଶକଙ୍କ ଭଲପାଇବା ହିଁ ଫିଲ୍ମର ପ୍ରଚାର
ରିପ୍ଲେସ୍ ହୋଇପାରନ୍ତି ରୋହିତ ? ଷ୍ଟାର ପ୍ଲସର ପ୍ରାଇମ୍-ଟାଇମ୍ ଶୋ "ସୈରାବ"ର ମୁଖ୍ୟ ଅଭିନେତାଙ୍କ ବିରୋଧରେ ଏପରି ଗମ୍ଭୀର ଅଭିଯୋଗ କେବଳ ରୋହିତଙ୍କ କ୍ୟାରିଅର ପାଇଁ ନୁହେଁ, ବରଂ ଚ୍ୟାନେଲର ପ୍ରତିଷ୍ଠା ଏବଂ ଶୋ' ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଛି । ରୋହିତଙ୍କ ନାମରେ ଏହି ଅଭିଯୋଗ ଆସିବାପରେ ହୁଏତ ତାଙ୍କୁ ଶୋରୁ ରିପ୍ଲେସ୍ କରିପାରନ୍ତି ନିର୍ମାତା ।