ନୂଆଦିଲ୍ଲୀ, ୧୧/୦୭ : ନିକଟରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ବେବି ଡୁ ଡାଇ ଡୁ’ର ପ୍ରଚାର ଲାଗି ଶୁକ୍ରବାର ଡେରାଡୁନରେ ପହଞ୍ଚିଥିଲେ ହୁମା କୁରେଶୀ । ଏ ଅବସରରେ ଷ୍ଟାର୍‌କାଷ୍ଟଙ୍କ ସହ ସେ ଫିଲ୍ମର ପ୍ରମୋସନ୍‌ ସହିତ ଗଣମାଧ୍ୟମ ସହ ମଧ୍ୟ ଆଲୋଚନା କଲେ । ଫିଲ୍ମରେ ହୁମା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଛନ୍ତି । ପ୍ରମୋସନ୍‌ରେ ସେ କହିଥିଲେ ଯେ, ଫିଲ୍ମକୁ ନେଇ ଦର୍ଶକ ସକାରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି। ଅନେକ ଥିଏଟରରେ ଶୋ’ ହାଉସ୍‌ଫୁଲ ହେଉଛି। 

ଦର୍ଶକଙ୍କ ସହ ସିଧା ଆଲୋଚନା କରିବାକୁ ଫିଲ୍ମ ଟିମ୍‌ ଡେରାଡୁନ ପହଞ୍ଚିଛି। ଏ ଅବସରରେ ଫିଲ୍ମ ଟିମ୍‌ ବିଭିନ୍ନ ସହରର ଥିଏଟରକୁ ଯାଇ ଦର୍ଶକଙ୍କୁ ଭେଟୁଛନ୍ତି ଏବଂ ଫିଲ୍ମକୁ ନେଇ ସେମାନଙ୍କ ରାୟ ଜାଣୁଛନ୍ତି। ହୁମା ଆହୁରି କହିଛନ୍ତି, ଫିଲ୍ମ ଅପେକ୍ଷାକୃତ ଛୋଟ ଏବଂ ଏହାର ପ୍ରଚାର-ପ୍ରସାର ଲାଗି ବଡ଼ ବଜେଟ୍‌ ନାହିଁ । ଏହି ସ୍ଥିତିରେ ପୂରା ଟିମ୍‌ର ସବୁଠୁ ବଡ଼ ପ୍ରଚାର ମାଧ୍ୟମ ଦର୍ଶକ । ମୁମ୍ବାଇ ମହାନଗରର ଚାକଚକ୍ୟ ପଛରେ ଅପରାଧ ଓ ସାଧାରଣ ଜୀବନ କିଭଳି ଏକସଙ୍ଗେ ବଞ୍ଚିଛି, ତାହା ଫିଲ୍ମର ବିଷୟବସ୍ତୁ। ସସ୍‌ପେନ୍ସ, କ୍ରାଇମ୍‌, ଥ୍ରିଲ୍‌ ଓ କମେଡିର ଏହା ନିଆରା ମିଶ୍ରଣ । ଉଭୟ କାହାଣୀ ଓ ପ୍ରଦର୍ଶନ ଦର୍ଶକଙ୍କୁ ଭିନ୍ନ ଅନୁଭବ ପ୍ରଦାନ କରିବ ବୋଲି ହୁମା କହିଛନ୍ତି।

ଆହୁରି ପଢନ୍ତୁ- Rajpal Yadav’s First Post: ହାଇକୋର୍ଟଙ୍କ ରାୟ ମଧ୍ୟରେ ପ୍ରଥମ ପୋଷ୍ଟ ସେୟାର କଲେ ରାଜପାଲ ଯାଦବ , ଭିଡିଓରେ ନଜର ଆସିଲେ ଅକ୍ଷୟ କୁମାର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାରା ଶରୀରର ରଙ୍ଗ ଭିନ୍ନ ରହିଥିବାବେଳେ ମୁହଁ କଳା କାହିଁକି ?​​​​​​​