କଣ୍ଟାମାଲ, ୨୦/୦୫: ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ରେଞ୍ଜ ଅନ୍ତର୍ଗତ ବରପଦର ସେକ୍ସନର ଖୋଲମୁଣ୍ଡା ଜଙ୍ଗଲରେ ଶିକାରୀଙ୍କ ଦ୍ୱାରା ଗାତ ଖୋଳି ସେଥିରେ ୧୨ଟି ବାରହାକୁ ଗାତ ଭିତରେ ପକାଇ ତାଙ୍କୁ ବର୍ଚ୍ଛା ଦ୍ୱାରା ଶିକାର କରାଯାଇଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ଖୋଲ ମୁଣ୍ଡା ଜଙ୍ଗଲରେ ଚଢ଼ାଉ କରିଥିଲେ। ସେଠାରୁ ୧୨ଟି ବାରହାଙ୍କ ମାଂସ ଓ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଜବତ କରିଥିବାବେଳେ ଦୁଇଟି ବାଇକ, ଗୋଟିଏ ଟାଙ୍ଗିଆ, ଦୁଇଟି ଶାବଳ ସହ ଚାରି ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। 

ଗିରଫ ହୋଇଥିବା ଚାରିଜଣ ହେଲେ ଝାରଫେସପେରଡ଼ିର ୨୯ବର୍ଷିୟ ଜଗନ୍ନାଥ ବାରିକ, ୨୦ବର୍ଷିୟ ହେମନ୍ତ କର୍ମୀ, ୨୭ବର୍ଷିୟ କୃଷ୍ଣ ଚନ୍ଦ୍ର ଜାନି, ଓ ଲାକପର୍ବତ ର ସଂଜିତ ଥାଟି ଙ୍କୁ ଆସନ୍ତା କାଲି କୋର୍ଟ ଫରୱାଡ଼ କରାଯିବ ବୋଲି ବରପଦର ବନପାଳ ବୁଲି ବେହେରା କହିଛନ୍ତି l ଏପରିକି ବର୍ତ୍ତମାନ ଖରା ଯୋଗୁଁ ସବୁ ନଦୀ, ବନ୍ଧ, ନାଳ ସବୁ ସୁଖୀ ଯାଇଥିବାରୁ ଜଙ୍ଗଲୀ ପଶୁ ସବୁ ଗାଁ ମୁଁହା ହେଉଥିବା ବେଳେ ଶିକାରୀମାନେ ତାଙ୍କୁ ଶିକାର କରିବା ପାଇଁ ଘୁରିବୁଲୁଛନ୍ତି। 

ଅନ୍ୟପଟେ ବିଭାଗୀୟ କର୍ମଚାରୀ ମାନେ ନିଜନିଜ ଅଂଚଳରେ ଠିକ ଭାବେ ପେଟ୍ରୋଲିଂ କରୁ ନଥିବାରୁ ଶିକାରୀ ନିର୍ଭୟରେ ଶିକାର କରୁଥିବା ଅଞ୍ଚଳବାସି ପ୍ରକାଶ କରିଛନ୍ତି। ଖାଲି ଯେ ପଶୁ ଶିକାରୀ ନୁହେଁ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଜଙ୍ଗଲ ଗୁଡିକ କାଠ ମାଫିଆଙ୍କ ଭୂସ୍ବର୍ଗ ପାଲଟିଥିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।