ଭୋପାଳ,୨୩।୫: ମଡେଲ ତ୍ୱିଶା ଶର୍ମାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖବର। ଅଭିଯୁକ୍ତ ସ୍ୱାମୀ ସମର୍ଥ ସିଂହଙ୍କୁ ଶନିବାର ଭୋପାଳ  କୋର୍ଟରେ ପୋଲିସ ହାଜର କରିଥିଲା। କୋର୍ଟ ତାଙ୍କୁ ୭ ଦିନ ପାଇଁ ପୋଲିସ ରିମାଣ୍ଡକୁ ପଠାଇଛନ୍ତି। ଏହା ସହ ପାସପୋର୍ଟ ଜବତ କରିବା ନେଇ କୋର୍ଟ ନିର୍ଦେଶ ଦେଇ  ପୋଲିସ ପଛ ଗେଟ୍‌ ଦେଇ ସମର୍ଥଙ୍କୁ କୋର୍ଟରେ ପହଞ୍ଚିଥିଲା, କୋର୍ଟରେ ହାଜର କରିବା ପୂର୍ବରୁ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଭୋପାଳର ଜେପି ହସ୍ପିଟାଲକୁ ନେଇଯାଇଥିଲା। ଡାକ୍ତରୀ ପରୀକ୍ଷା ପରେ, ଅଭିଯୁକ୍ତକୁ କୋର୍ଟକୁ ନିଆଯାଇଥିଲା।

୧୦ ଦିନ ପରେ, ଅଭିଯୁକ୍ତ ସମର୍ଥ ସିଂହଙ୍କୁ ପୋଲିସ ଗିରଫ କରିଥିଲା। ଜବଲପୁର ପୋଲିସ ତାଙ୍କୁ ଗିରଫ କରି ଭୋପାଳ ପୋଲିସକୁ ହସ୍ତାନ୍ତର କରିଥିଲା, ଯେଉଁମାନେ ତାଙ୍କୁ ଭୋପାଳ ଆଣି କୋର୍ଟରେ ହାଜର କରିଥିଲେ। ସମର୍ଥଙ୍କ ପାସପୋର୍ଟ ଜବତ କରାଯିବ। ତାଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ସେମାନେ ତଦନ୍ତରେ ସହଯୋଗ କରିବାକୁ ଇଚ୍ଛୁକ।ସମର୍ଥ ସିଂହ ଶୁକ୍ରବାର କରିବା ପାଇଁ ଜବଲପୁର ଜିଲ୍ଲା ଜଜ୍ ଙ୍କ କୋର୍ଟରୁମରେ ପହଞ୍ଚିଥିଲେ। ଘଟଣା ପରଠାରୁ ସେ ଫେରାର୍ ଥିଲେ। ତାଙ୍କ ପାଇଁ ୩୦,୦୦୦ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ଶୁକ୍ରବାର ସେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା।

ଅନ୍ୟପକ୍ଷେ ତ୍ୱିଶାଙ୍କ ଭାଇ ସୌରଭ ଶର୍ମା ପ୍ରଶ୍ନ ଉଠାଇଛନ୍ତି ଯେ, ଯେଉଁ ବ୍ୟକ୍ତି ଉପରେ ପୁରସ୍କାର ଘୋଷଣା କରାଯାଇଛି ଯେ, ବ୍ୟକ୍ତି କିପରି ପୋଲିସକୁ ଏଡାଇ କୋର୍ଟରେ ପହଞ୍ଚିପାରିଲେ ?  ସମର୍ଥ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିବା ଉଚିତ ଥିଲା, କିନ୍ତୁ ତାଙ୍କୁ ସିଧାସଳଖ କୋର୍ଟରେ ପହଁଞ୍ଚାଇବା  ଅନେକ ପ୍ରଶ୍ନ ଉଠାଇଛି। ଏହି ସମୟରେ, ତ୍ୱିଶାଙ୍କ ଭାଇ ଆଶିଷ ଶର୍ମା କହିଛନ୍ତି ପୁରା  ମାମଲାରେ କାର୍ଯ୍ୟାନୁଷ୍ଠାନ ବିଳମ୍ବିତ ହୋଇଛି।  ନ୍ୟାୟପାଳିକା  କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଏବଂ ଦ୍ୱିତୀୟ ପୋଷ୍ଟମର୍ଟମକୁ ମଞ୍ଜୁରୀ ଦେଇଛି। ଆଶିଷ ଶର୍ମା ଆଶା ପ୍ରକାଶ କରିଛନ୍ତି ଯେ ସିବିଆଇ ଏହି ମାମଲାରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ।

ଉଲ୍ଲେଖନୀୟ ଯେ,  ଭୋପାଳରେ ଥିବା ତାଙ୍କ ଶ୍ୱଶୁର ଘର ଘରେ ତ୍ୱିଶା ଶର୍ମାଙ୍କ ମୃତଦେହ ମିଳିଥିଲା। ପୋଲିସର ସୂଚନା ଅନୁଯାୟୀ, ୧୨ ମଇ ରାତି ପ୍ରାୟ ୧୦:୨୬ ସମୟରେ ତାଙ୍କ ଘର ଛାତ ଉପରେ ରଶିରେ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ୧୩ ମଇରେ ଭୋପାଳର ଏମ୍ସ ଫୋରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗରେ ତାଙ୍କର ପୋଷ୍ଟମର୍ଟମ୍ କରାଯାଇଥିଲା। ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ରଶିରେ ଝୁଲିବା ବୋଲି ଦର୍ଶାଯାଇଥିଲା।