ଭୋପାଳ,୨୪।୫: ଆକଟ୍ରେସ୍ ଓ ମଡେଲ ତ୍ଵିଶା ଶର୍ମାଙ୍କ ମୃତ୍ୟୁର ୧୨ ଦିନ ପରେ ରବିବାର ସରିଛି ଅନ୍ତିମ ସଂସ୍କାର। ମଧ୍ୟାହ୍ନରେ ଦିଲ୍ଲୀ ଏମ୍ସରୁ ଆସିଥିବା ଏକ୍ସପର୍ଟ ଡାକ୍ତରଙ୍କ ଟିମ୍ ମୃତଦେହର ଦ୍ବିତୀୟ ଥର ପାଇଁ ପୋଷ୍ଟମର୍ଟମ କରିଥିଲେ। ସନ୍ଦ୍ୟାରେ ପରିବାର ଲୋକ କଡା ସୁରକ୍ଷା ଭିତରେ ଭୋପାଳର ଭଦଭଦା ଘାଟର ମୁକ୍ତିଧାମରେ ତ୍ଵିଶାଙ୍କ ଶବଦାହ ହୋଇଛି। ଏହା ଭିତରେ ଫରେନସିକ୍ ଟିମ୍ ତ୍ଵିଶାଙ୍କ ଶାଶୁଘର ଲୋକ ଓ ସ୍ବାମୀଙ୍କ ଘରେ ପ୍ରମାଣ ଏକାଠି କରିବାକୁ ପହଁଞ୍ଚିଛି।
ଅଭିନେତ୍ରୀ ତ୍ୱିଶା ଶର୍ମାଙ୍କ ମୃତ୍ୟୁ ପରେ, ରବିବାର ସନ୍ଧ୍ୟାରେ ଗଭୀର ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଭୋପାଳର ଏମ୍ସର ପୋଷ୍ଟମର୍ଟମ ହାଉସ ବାହାରେ ତ୍ୱିଶାଙ୍କ ଭାଉଜ ତାଙ୍କ ଶବକୁ ହିନ୍ଦୁ ପରମ୍ପରା ଅନୁସାରେ ସଜାଇଥିଲେ। ତାଙ୍କୁ ଲାଲ ରଙ୍ଗର ଶାଢି ପିନ୍ଧାଇ ବଧୂ ବେଶରେ ସଜାଇଥିଲେ। ଏହି ସମୟରେ,ପୁରାପରିବାର ତ୍ୱିଶାଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିବାର ଦେଖାଯାଇଥିଲେ। ସମ୍ପର୍କୀୟ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ବାପା-ମା ଏବଂ ଭାଇଙ୍କୁ ସାନ୍ତ୍ୱନା ଦେଉଥିବା ଦେଖାଯାଇଥିଲା।
ତ୍ୱିଶାଙ୍କ ଭାଇ ହର୍ଷିତ ଓ ଆଶିଷ ଶର୍ମା ତାଙ୍କର ଅନ୍ତିମ ସଂସ୍କାରର ସବୁ ରୀତିନୀତି ପାଳନ କରିଥିଲେ। କିଛି ମାସ ପୂର୍ବେ ଝିଅକୁ ଖୁସି ମନରେ ବାହା କରାଇ ବିଦା କରିଥିବା ବାପା-ମା ଏବଂ ଭାଇଙ୍କ ପାଇଁ ଅନ୍ତିମ ସଂସ୍କାର କରିବା ଖୁବ୍ କଷ୍ଟକର ମୂହୂର୍ତ୍ତ ଥିଲା। ଶବଦାହ ସମୟରେ, ତ୍ୱିଶାଙ୍କ ମା’ ବାରମ୍ବାର ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତ୍ୱିଶାଙ୍କୁ ମୁଖାଗ୍ନି ଦେବା ସମୟରେ ତାଙ୍କ ମା’ କାନ୍ଦି କାନ୍ଦି ନିଜ ଗେହ୍ଲି ଝିଅକୁ ହାତ ଯୋଡ଼ି ଅନ୍ତିମ ବିଦାୟ ଦେଇଥିଲେ।
ଭୋପାଳରେ ତ୍ୱିଶା ଶର୍ମାଙ୍କ ସ୍ୱାମୀ ଏବଂ ଅଭିଯୁକ୍ତ ସମର୍ଥ ସିଂହଙ୍କ କେସ୍ ଲଢୁଥିବା ଓକିଲ ଜ୍ଞାନେନ୍ଦ୍ର ଶର୍ମା କହିଛନ୍ତି, ‘ତ୍ୱିଶା ଶର୍ମାଙ୍କ ଆତ୍ମହତ୍ୟାର ସୂଚନା ମେ ୧୨ ତାରିଖରେ ମିଳିଥିଲା। ଆଇନଗତ ଔପଚାରିକତା ସମାପ୍ତ ହୋଇଛି। ମାମଲା ଏବେ ସିବିଆଇ ତଦନ୍ତ ଅଧୀନରେ ଅଛି ଏବଂ ଦ୍ୱିତୀୟ ପୋଷ୍ଟମର୍ଟମ୍ କରାଯାଇଛି। ପରିବାରର କୌଣସି ଆପତ୍ତି ନାହିଁ ସେମାନେ ଚାହୁଁଛନ୍ତି ଯେ ସତ ବାହାରକୁ ଆସୁ। ସମର୍ଥଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା, ତେଣୁ ସେ ଆତ୍ମସମର୍ପଣ କରିଥିଲେ ଏବଂ ଜବଲପୁରରେ ପ୍ରକ୍ରିୟା ଚାଲିଛି।’
ଆହୁରି ପଢନ୍ତୁ : Murder Case: ପ୍ରେମ ବିବାହ କରିଥିଲେ, ଯୌତୁକରେ ବୁଲେଟ ମିଳିଲାନି ବୋଲି ମାରିଦେଲେ….