ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଦୁଷ୍କର୍ମ ପୀଡିତାଙ୍କ ସହାୟତା ଅର୍ଥରୁ ଲୁଟିଥିଲେ୧ ଲକ୍ଷ ଟଙ୍କା, ତଦନ୍ତ ପରେ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ…

Published By : Ladu Kishor | May 19, 2025 7:12 PM

କଟକ ୧୯/୦୫: ଗଣ ଦୁଷ୍କର୍ମ ଶିକାର ହୋଇଥିବା ନୟାଗଡ ଅଂଚଳର ଜଣେ ମହିଳାଙ୍କ ଠାରୁ ୧ ଲକ୍ଷ ଟଙ୍କା ଠକିନେବା ଘଟଣାରେ ଲାଲବାଗ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ନରସିଂହପୁରର ସଂଗୀତା ସିଂହ ଏବଂ କଟକ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଡାଟାଏଣ୍ଟ୍ରି ଅପରେଟର ଥିବା ଜଗତସିଂହପୁରର ଅମୀୟ କୁମାର ସାହୁ। ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। 

ପୋଲିସର ସୂଚନାନୁସାରେ ଅଭିଯୋଗକାରୀ ଏକ ଜଘନ୍ୟ ଅପରାଧର ଶିକାର ହୋଇଥିବାରୁ କ୍ଷତିପୂରଣ ପାଇବାକୁ ହକଦାର ଥିଲେ । ତେବେ ଅଭିଯୁକ୍ତ ଅମୀୟ କୁମାର ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡିଇଓ ଏବଂ ଅଫିସ୍ ସହାୟକ ଭାବରେ କାର୍ଯ୍ୟ କରୁଥିଲେ । ସେ ସଂଗୀତା ସିଂହ ଏବଂ ଅନ୍ୟ ମାନଙ୍କ ସହିତ ମିଶି ପୀଡିତାଙ୍କ ଠାରୁ ୧ ଲକ୍ଷ ଟଙ୍କା ହଡପ ପାଇଁ ଷଡ଼ଯନ୍ତ୍ର କରିଥିଲେ। ସଂଗୀତା ସିଂହ ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡା ଡିହାର ଜନତା ନୋଡାଲ୍ ବିଦ୍ୟାପୀଠରେ ପି.ଇ.ଟି ଭାବରେ କାମ କରୁଛନ୍ତି। ସଂଗୀତା ନିଜକୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ଭାବରେ ପରିଚୟ ଦେଇଥିଲେ। ସେ ପୀଡିତାଙ୍କୁ ମଞ୍ଜୁର ହୋଇଥିବା ରାଶିରୁ ୧.୧ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ନଚେତ୍ ମିଳିବାକୁ ଥିବା ୩ ଲକ୍ଷ ୭୫ ହଜାର ଟଙ୍କାରୁ ୧ ଲକ୍ଷ କାଟି ଦିଆଯିବ ବୋଲି ଧମାକାଇଲେ । ଫଳରେ ପୀଡିତା ବାଧ୍ୟ ହୋଇ ତିନୋଟି ପୃଥକ ଟ୍ରାଞ୍ଜାକ୍ସନରେ ଦୁଇଟି ଭିନ୍ନ ଫୋନ ପେ ନମ୍ବରକୁ ୧ ଲକ୍ଷ ଟଙ୍କା ପଠାଇଥିଲେ ।  ପରେ ଟଙ୍କା ଦେବା ଘଟଣାକୁ ନେଇ ପୀଡିତାଙ୍କ ମନରେ ସନ୍ଦେହ ହେବାରୁ ସେ ଲାଲବାଗ ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.